ପାରଳାଖେମୁଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ

0
Oplus_131072

ଗଜପତି ( ବିପ୍ଲବୀ ପରିକ୍ରମା ):- ଜିଲ୍ଲାର ପାରଳାଖେମୁଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀ ଲାଗି ଆଜି ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିବାର ଜଣାପଡିଛି ।ପାରଳାଖେମୁଣ୍ଡି ବିଧାନସବା ନିର୍ବାଚନ ମଣ୍ଡଳୀରୁ ସ୍ବାଧୀନ ପ୍ରାର୍ଥୀ ଭାବେ ସମାଜସେବୀ ଆମୋଦ ବର୍ଦ୍ଧନ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ରିଟର୍ଣ୍ଣି ଅଧିକାରୀ ତଥା ପାରଳାଖେମୁଣ୍ଡି ଉପଜିଲ୍ଲାପାଳ ଅନୁପ ପଣ୍ଡା ବର୍ଦ୍ଧନଙ୍କ ନାମାଙ୍କ ପତ୍ର ଗ୍ରହଣ କରିବା ସହ ସତ୍ୟପାଠ କରାଇଥିଲେ ।

Oplus_131072

ବର୍ଦ୍ଧନ ନାମାଙ୍କ ପତ୍ର ଦାଖଲ କରିବା ପୂର୍ବରୁ ନିଜର ବହୁ ସମର୍ଥକଙ୍କ ସହ ଏକତ୍ରିତହୋଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇଥିବାର ଦେଖିବାକୁ ମିଳିଥିଲା । ଆଗାମୀ 25 ତାରିଖ ନାମାଙ୍କନ ପତ୍ର ଦାଖଲର ଶେଷ ଦିବସ ରହିଥିବା ବେଳେ ଆଜି ପାରଳା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବର୍ତ୍ତମାନ ସୁଦ୍ଧା ଜଣ ମାତ୍ର ନାମାଙ୍କନ ପତ୍ର ଦାଖଲ କରିଥିବାର ଜଣାପଡିଛି ।

LEAVE A REPLY

Please enter your comment!
Please enter your name here