ନୂଆଗଡ଼ ଠାରେ ବ୍ଳକ ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ କାର୍ଯ୍ୟକ୍ରମ

0

ଗଜପତି (ସୂର୍ଯ୍ୟ ପରାଗ ଛିଞ୍ଚାଣୀ) ;ବ୍ଳକ ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଓଡ଼ିଶା ମିଲେଟସ ପ୍ରତିଯୋଗିତା-୨୦୨୩ କାର୍ଯ୍ୟକ୍ରମ ଅନୁଷ୍ଠିତ। ଗଜପତି ଜିଲ୍ଲା ନୂଆଗଡ଼ ସଦର ମହକୁମା ସ୍ଥିତ ଲକ୍ଷ୍ମୀ ନୃସିଂହ ନୋଡାଲ ବିଦ୍ୟାପୀଠ ପରିସର ଠାରେ ବ୍ଳକ ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଓଡ଼ିଶା ମିଲେଟସ ପ୍ରତିଯୋଗିତା-୨୦୨୩ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ବିଡିଓ ଲୋକନାଥ ଶବର ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ସରୋଜିନୀ ରଇତ, ସମିତି ସଭ୍ୟା ସୁଚିତା ଭୂୟାଁ ଏବଂ ମୁଖ୍ୟ ବକ୍ତା ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ନୟନ ମଣ୍ଡଳ ଯୋଗଦାନ କରିଥିଲେ। ଆଜିର ବ୍ଳକ ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଓଡ଼ିଶା ମିଲେଟସ ପ୍ରତିଯୋଗିତାରେ ପ୍ରଥମେ ବ୍ଲକର ବିଭିନ୍ନ କ୍ଲଷ୍ଟର ମାନଙ୍କର ବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀ ମାନଙ୍କୁ ନେଇ ବିତର୍କ, ପ୍ରବନ୍ଧ, କୁଇଜ, ଚିତ୍ରାଙ୍କନ, ବକୃତା, ସଂଗୀତ, ନାଚ ଭଳି ମୋଟ ୧୨ଟି ବିଷୟରେ ପ୍ରତିଯୋଗିତା ହୋଇଥିଲା। ପ୍ରତି ଯୋଗିତାରେ ବିଚାରକ ମାନଙ୍କ ଦ୍ୱାରା ମନୋନୀତ ହୋଇ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ଅତିଥି ମାନଙ୍କ ଦ୍ଵାରା ମାନପତ୍ର ସହ ପୁରସ୍କୃତ କରାଯାଇ ଜିଲ୍ଲା ସ୍ତର ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିବାପାଇଁ ମନୋନୀତ କରାଯାଇ ଥିଲା । ଏହି କାର୍ଯ୍ୟ କାର୍ଯ୍ୟକ୍ରମରେ ସିଆରସିସି ଚନ୍ଦ୍ର ସେନ ପାଣି ଏବଂ ଶିକ୍ଷକ ବସନ୍ତ କୁମାର ସିଂ ଙ୍କ ପରିଚାଳନାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇ ଥିଲା। ଏହିସବୁ କାର୍ଯ୍ୟକ୍ରମ ମାଧ୍ୟମରେ ଲୁକାଇତ ପ୍ରତିଭାକୁ ଅନ୍ୱେଷଣ କରାଯିବାର ମୁଖ୍ୟ ଲକ୍ଷ୍ୟ ବୋଲି ସୂଚନା ରହିଛି । ଏହି କାର୍ଯ୍ୟ କ୍ରମରେ ଇବିଇଓ କମ୍ ବିଆରସିସି ଲିଙ୍ଗରାଜ କାର୍ଜୀ ମୁଖ୍ୟ ଆୟୋଜକ ଥିଲେ।

LEAVE A REPLY

Please enter your comment!
Please enter your name here