ଗଞ୍ଜାମ ( ବିପ୍ଲବୀ ପରିକ୍ରମା ):- ଗଞ୍ଜାମ ଯୋଗ ଜିଲ୍ଲା ଶାଖା ଆନୁକୁଲ୍ୟରେ ଜିଲ୍ଲା ସୈନିକ ବୋର୍ଡ ପ୍ରାଙ୍ଗଣରେ ସଭାପତି ସୁରେଶ କୁମାର ମହାପାତ୍ର ଙ୍କ ପୌରହିତ୍ୟ ରେ ଅନୁଷ୍ଠିତ ହୋଇଥିଲା। ପ୍ରାନ୍ତର ରଘୁନାଥ ରେଡ୍ଡୀ, ରମେୟା ରେଡ୍ଡୀ, ମଞ୍ଜୁଳା ମିଶ୍ର,ଜ୍ୟୋତିର୍ମୟ ରଥ,ବି ବଳରାମ, ଅରୁଣ ପ୍ରଧାନ, ରୋହିତ ସେଠୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଯୋଗ ଦ୍ୱାରା କିଭଲ ସମସ୍ତେ ନିରୋଗ ରହି ପାରିବେ ଏବଂ ଯୋଗଦ୍ୱାରା ସମସ୍ତ ରୋଗର ନିରାକରଣ ହୋଇପାରିବ ବୋଲ କହିଥିଲେ।
ଏହି କାର୍ଯ୍ୟକ୍ରମ ରେ ସରିତ୍ରୀ ପଟ୍ଟନାୟକ କାର୍ଯ୍ୟକ୍ରମ ର ସଂଯୋଜନା କରିଥିବା ବେଳେ ରବୀନ୍ଦ୍ର କୁମାର ସାହୁ,କୋରାମନି ପ୍ରଧାନ,ରାମାରାଓ ଦୋରା, କିରଣ କୁମାର,ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ପ୍ରକାରର ଆସନ, ପ୍ରାଣାୟମ ଆଦି ଅଭ୍ୟାସ କରିଥିଲେ।ଏହି କାର୍ଯ୍ୟକ୍ରମରେ ପ୍ରାୟ ଦୁଇ ସହ ସାଧକ ସାଧିକା ଯୋଗଦାନ କରିଥିଲେ।