ଦୁଇଟି ହେଲିକପ୍ଟର ମଝି ଆକାଶରେ ମୁହାଁମୁହିଁ ଧକ୍କା : ୧୦ ଜଣଙ୍କ ମୃତ୍ୟୁ 

0
Oplus_131072

ବିପ୍ଲବୀ ପରିକ୍ରମା ବ୍ୟୁରୋ :- ମାଲେସିଆ ନୌସେନାର ଦୁଇଟି ହେଲିକପ୍ଟର ମଝି ଆକାଶରେ ମୁହାଁମୁହିଁ ଧକ୍କା ହେବା ଫଳରେ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ମଙ୍ଗଳବାର ସକାଳ ୯ଟା ୩୨ ମିନିଟ୍‌ରେ ଲୁମୁଟ୍ ନୌସେନା ଘାଟିରେ ପରେଡ୍ ପାଇଁ ଅଭ୍ୟାସ ବେଳେ ଏହି ଘଟଣା ଘଟିଛି।

ମିଳିଥିବା ସୂଚନା ଅନୁଯାୟୀ, ରୟାଲ ମାଲେସିଆ ନୌସେନା ହେଲିକପ୍ଟରଗୁଡ଼ିକ ଉଡ଼ାଇ ପରେଡ୍ ପାଇଁ ଅଭ୍ୟାସ କରୁଥିବା ବେଳେ ମଝି ଆକାଶରେ ଦୁଇଟି ହେଲିକପ୍ଟର ମଧ୍ୟରେ ଧକ୍କା ହୋଇଥିଲା। ସୋସିଆଲ ମିଡିଆରେ ପ୍ରସାରିତ ଏକ ଭିଡିଓରେ ଲୁମୁଟ୍ ନୌସେନା ଘାଟିରେ ଧକ୍କା ହେବାର ଦୃଶ୍ୟ ଦେଖିବାକୁ ମିଳିଛି। ନୌସେନା ଏକ ବିବୃତି ଜାରି କରି ଦୁର୍ଘଟଣାରେ ବିମାନରେ ଥିବା ସମସ୍ତ ୧୦ ଜଣ କ୍ରୁ ମେମ୍ବରଙ୍କ ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ହିଁ ସମସ୍ତଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିବା ପରେ ସେମାନଙ୍କୁ ଚିହ୍ନଟ ପାଇଁ ଲୁମୁଟ୍ ଆର୍ମି ବେସ୍ ହସ୍ପିଟାଲକୁ ପଠାଯାଇଛି ବୋଲି ନୌସେନା ପକ୍ଷରୁ କୁହାଯାଇଛି।

LEAVE A REPLY

Please enter your comment!
Please enter your name here