ଗଜପତି : ଗଜପତି ଜିଲ୍ଲା ନାରାୟଣପୁର ରେଞ୍ଜ ଅଞ୍ଚଳରେ ବାଘ ଆତଙ୍କ, ଗୁହାଳ ରୁ ଘୋଷାଡି ନେଇ ଗୋରୁକୁ ଖାଇଲା ବାଘ , ଗଣ୍ଡାହାତୀ ନିକଟସ୍ଥ ସନ୍ତୋଷପୁର ଗ୍ରାମରେ ଏହି ଘଟଣା ଘଟିଛି । ଏହି ଘଟଣାରେ ଆତଙ୍କିତ ହୋଇଛନ୍ତି ଅଞ୍ଚଳ ବାସୀ । ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରିବା ସହ ବାଘର ଗତିବିଧି ଉପରେ ନଜର ରଖିଛି , ବାଘର ପ୍ରଜାତି ଓ ଲୋକସେନ ଟ୍ରାକ କରିବା ପାଇଁ ଚେଷ୍ଟା କରୁଛନ୍ତି ବିଭାଗିୟ ଅଧିକାରୀ । କଲରା ପତରିଆ କିମ୍ବା ମହାବଳ ବାଘ ହୋଥିବା ଅନୁମାନ କରାଯାଉଛି। ବର୍ତମାନ ଜିଲ୍ଲାରେ ବାଘ ଗଣନା ଚାଲିଥିବା ବେଳେ ଗାଁ ନିକଟରେ ବାଘର ଉପସ୍ଥିତି ଲୋକଙ୍କୁ ଭୟଭୀତ କରାଇଛି ।