ଭାରତୀୟ ଜନତା ପାର୍ଟି ତରଫରୁ ଗୁଣୁପୁର ବିଧାନସଭା ପାଇଁ ନାମାଙ୍କନ ଦାଖଲ କଲେ ତ୍ରିନାଥ ଗମାଙ୍ଗ 

0
Oplus_131072

ଗୁଣୁପୁର ( ବିପ୍ଲବୀ ପରିକ୍ରମା ):-  ଗୁଣୁପୁର ବିଧାନସଭା ପାଇଁ ଭାରତୀୟ ଜନତା ପାର୍ଟିର ବିଧାୟକ ପ୍ରାର୍ଥୀ ଭାବେ ତ୍ରିନାଥ ଗମାଙ୍ଗ , ଗୁଣୁପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନିଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଗୁଣୁପୁର ଜଗନ୍ନାଥ ମନ୍ଦିରରେ ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କୁ ପୂଜାର୍ଚ୍ଚନା କରିବା ପରେ ଶତାଧିକ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତା ଙ୍କୁ ଧରି ଏକ ବିଶାଳ ଶୋଭାଯାତ୍ରା ବାହାରି ଥିଲା । ଶୋଭାଯାତ୍ରା ପୁରୁଣା ବସ ଷ୍ଟାଣ୍ଡ , ନୂଆ ବସ ଷ୍ଟାଣ୍ଡ , ବାଇପାସ ଛକ ଦେଇ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ପହଞ୍ଚି ଥିଲା । ଏହି ଶୋଭାଯାତ୍ରା ରେ ଗୁଣୁପୁର ବିଧାନସଭା ପ୍ରଭାରୀ ଶିବାଜୀ ଦାସ , ସଂଯୋଜକ ପ୍ରମୋଦ କୁମାର ସାହୁ , ବରିଷ୍ଠ କାର୍ଯ୍ୟକର୍ତ୍ତା ୱାଇ ଗଣପତି , ଉପେନ୍ଦ୍ର ଭଟ୍ଟ , ଅମର ସାହୁ , ସତ୍ୟ କର , ଉତ୍ତରା ସାହୁ , ବିଦ୍ୟା ଶବର , ବାପି ସାହୁକାର , ବନମାଳୀ ଗମାଙ୍ଗ , ଜୟଦେବ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ଓକିଲ ଇନ୍ଦ୍ରାକ୍ଷୀ ଦାସ , ହିମାକାନ୍ତ ମହାପାତ୍ର ଉପସ୍ଥିତ ରହି ନିର୍ବାଚନ ଅଧିକାରୀ ସୁଶ୍ରୀ କିରନଦୀପ କୈାରଙ୍କ ନିକଟରେ ଭାରତୀୟ ଜନତା ପାର୍ଟିର ବିଧାୟକ ପ୍ରାର୍ଥୀ ତ୍ରିନାଥ ଗମାଙ୍ଗଙ୍କ ନାମାଙ୍କନ ପତ୍ର ଦାଖଲ କରିଥିଲେ ।

 

Oplus_

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଜନହିତକର କାର୍ଯ୍ୟକୁ ଲୋକଲୋଚନକୁ ଆଣି ,ଗୁଣପୁର ନିର୍ବାଚନ ମଣ୍ଡଳୀରେ ପଦ୍ମ ଫୁଟାଇବା ଲକ୍ଷ ନେଇ ପ୍ରଚାର ଆରମ୍ଭ କରିବା ସହ ଜନତାଙ୍କ ଆର୍ଶୀବାଦ ରହିଲେ ଗୁଣପୁର – ଥେରୁବାଲି ରେଳ ପ୍ରକଳ୍ପ , ଚାଷୀ ମାନଙ୍କ ଜଳସେଚନ ସମସ୍ୟା , ଗରିବଙ୍କୁ ଆବାସ ଯୋଜନା ଭଳି ଯେଉଁ ସବୁ ସମସ୍ୟା ରହିଛି ତାକୁ ପୂରଣ କରିବି ବୋଲି ବିଜେପି ବିଧାୟକ ପ୍ରାର୍ଥୀ ତ୍ରିନାଥ ଗମାଙ୍ଗ ନିଜ ବକ୍ତବ୍ୟ ରେ କହିଛନ୍ତି l

 

 

 

LEAVE A REPLY

Please enter your comment!
Please enter your name here