ନୂଆପଡା ( ବିପ୍ଲବୀ ପରିକ୍ରମା ):- ୨୦୨୪ ସାଧାରଣ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ନାମାଙ୍କନ ପ୍ରକ୍ରିୟା ପ୍ରାୟ ଶେଷ ପର୍ଯ୍ୟାୟ ରେ । ବିଭିନ୍ନ ଦଳର ପ୍ରାର୍ଥୀମାନେ ପ୍ରାର୍ଥୀପତ୍ର ଦାଖଲ କରିବା ଥିବା ବେଳେ ଅଭୂତପୂର୍ବ ଜନ ସମର୍ଥକ ଙ୍କ ଗହଣ ରେ ଆସି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଖଡ଼ିଆଳ ବିଧାୟକ ତଥା ବର୍ତ୍ତମାନ ଖଡ଼ିଆଳ ବିଧାୟକ ପ୍ରାର୍ଥୀ ଅଧିରାଜ୍ ମୋହନ ପାଣିଗ୍ରାହୀ ।
ଗତ ନିର୍ବାଚନ ରେ କଂଗ୍ରେସ ରୁ ବିଜୟୀ ହୋଇଥିବା ଅଧିରାଯ ଚଳିତ ବର୍ଷ ବିଜେଡି ରେ ଯୋଗଦେଇ ବିଧାୟକ ଟିକେଟ ପାଇବା ପରେ ନିଜ ଗଡ ରକ୍ଷା କରିବା ପାଇଁ ଆପ୍ରାଣ ଉଦ୍ୟମ ଚଳାଇଥିବା ବେଳେ ସିନାପାଲି ବୋଡ଼େନ ଓ ଖଡ଼ିଆଳ ଅଞ୍ଚଳ ର ହଜାର ହଜାର ସମର୍ଥକ ଙ୍କ ସମର୍ଥନ ରେ ଖଡ଼ିଆଳ ରେ ଏକ ବିଶାଳ ଶୋଭାଯାତ୍ରା କରି ଶହଶହ ଚାରି ଚକିଆ ଗାଡ଼ିରେ ନୂଆପଡ଼ା ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ପହଞ୍ଚି ନିଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।ପାଞ୍ଚ ବର୍ଷ ଉଭୟ ଖଡ଼ିଆଳ ଏନଏସି ଓ ତିନି ଗୋଟି ବ୍ଲକ ବୋଡ଼େନ ସିନାପାଲି ଓ ଖଡ଼ିଆଳ ର ବିଭିନ୍ନ ପ୍ରକାର ସମସ୍ୟା ର ସମାଧାନ ପାଇଁ କାର୍ଯ୍ୟ କରି ଲୋକଙ୍କ ଆସ୍ଥା ଭାଜନ ହୋଇ ପାରିଛି । ବର୍ତ୍ତମାନ ବିଜେଡି ଜନ କଲ୍ୟାଣ ଯୋଜନା ରେ ଅଞ୍ଚଳ ବାସୀ ଆବାଲ ବୃଦ୍ଧ ବନିତା ଉପକୃତ ହୋଇ ପାରିଚ୍ଚନ୍ତି । ତାର ପ୍ରତିଫଳନ ଭୋଟ ମାଧ୍ୟମରେ ସାବ୍ୟସ୍ତ କରି ଯୋଡି ସଙ୍ଖ ରେ ଭୋଟ ଦେବେ ଓ ଉଭୟ ଲୋକସଭା ଓ ବିଧାନ ସଭା ରେ ବିପୁଳ ବ୍ୟବଧାନ ରେ ଆମେ ବିଜୟୀ ହେବୁ ବୋଲି ଆଧିରାଜ୍ ପ୍ରକାଶ କରିଛନ୍ତି ।