ଶେଷ ଦିନରେ ଗୋପାଳପୁର ବିଧାୟକ ପ୍ରାର୍ଥୀ ବିକ୍ରମ କୁମାର ପଣ୍ଡା ଙ୍କ ନାମାଙ୍କନ ପତ୍ର ଦାଖଲ

0
Oplus_131072

ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ):- ପ୍ରଥମ ପର୍ଯ୍ୟାୟ ନିର୍ବାଚନର ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ । ଏହି ଅବସରରେ ଗୋପାଳପୁର ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ଭାବେ ବିକ୍ରମ କୁମାର ପଣ୍ଡା ଏକ ବିରାଟ ଶୋଭାଯାତ୍ରାରେ ଧବଳେଶ୍ଵର ପୀଠରେ ବାବା ଧବଳେଶ୍ଵରଙ୍କ ଆଶୀର୍ବାଦ ନେଇ ବାହାରି ଥିଲେ ଓ ପରେ ବ୍ରହ୍ମପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନିଜର ଶହ ଶହ ସଂଖ୍ୟାରେ ସମର୍ଥକଙ୍କ ଗହଣରେ ପହଞ୍ଚି ତାଙ୍କ ନାମାଙ୍କନ ପତ୍ର ଦାଖଲ କରିଥିଲେ। ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରୁପlନ୍ତିକରଣ ଓ ଜନହିତକର କାର୍ଯ୍ୟକୁ ଢେର ପ୍ରଂଶସl କରିଥିଲେ। ପୁର୍ବରୁ ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟକ ଥିଲେ ମଧ୍ୟ ଏବେ ଗୋପାଳପୁର ନିର୍ବାଚନ ମଣ୍ଡଳୀର ବିଧାୟକ ରୂପେ ପ୍ରାର୍ଥୀ ହୋଇଥିବାରୁ ନିଜକୁ ଗର୍ବ ଅନୁଭବ କରୁଛି। ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀରେ ଯେଭଳି ବିକାଶ ପୁର୍ବରୁ ହୋଇଛି, ଠିକ ସେହିଭଳି ଆଗାମୀ ଦିନରେ ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ବିକାଶ ଧାରାକୁ ବଜାୟ ରଖିବି ବୋଲି କହିଛନ୍ତି l

Oplus_131072

LEAVE A REPLY

Please enter your comment!
Please enter your name here