ପୁଣି ଅଶାନ୍ତ ହେଲା ମଣିପୁର

0
Oplus_131072

ବିପ୍ଲବୀ ପରିକ୍ରମା ବ୍ୟୁରୋ :- ପୁଣି ଅଶାନ୍ତ ହେଲା ମଣିପୁର । କିଛି ଦିନର ନୀରବତା ପରେ ଉତ୍ତର-ପୂର୍ବ ରାଜ୍ୟ ମଣିପୁରରେ ଉଗ୍ରବାଦୀମାନେ ନାରକୀୟ କାଣ୍ଡ ଘଟାଇଛନ୍ତି । ଶୁକ୍ରବାର ଏଠାରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ହୋଇଥିବା ବେଳେ ବିଳମ୍ବିତ ରାତିରେ ନାରନସେନା ଅଞ୍ଚଳରେ କୁକି ଉଗ୍ରବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ଦୁଇ ଜଣ ସିଆରପିଏଫ ଯବାନ ଶହୀଦ ହୋଇଯାଇଥିବା ସୂଚନା ମିଳଛି । ମୃତ ଯବାନ ବିଷ୍ଣୁପୁର ଜିଲ୍ଲାର ନାରନସେନାରେ ମୁତୟନ ହୋଇଥିଲେ ।

 

ପୋଲିସର ସୂଚନା ମୁତାବକ, ଶୁକ୍ରବାର ମଧ୍ୟରାତି ପ୍ରାୟ ୨ଟା ୧୫ ସମୟରେ ଏହି ଆକ୍ରମଣ ହୋଇଛି । ନାରନସେନା ଅଞ୍ଚଳରେ ସିଆରପିଏଫ ୧୨୮ ବାଟାଲିୟନର ଯବାନ ମୁତୟନ ହୋଇଥିଲେ । ଏହି ସମୟରେ କୁକି ଉଗ୍ରବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଆକ୍ରମଣ କରିଥିଲେ । ରାତି ୨ଟା ୧୫ ପର୍ଯ୍ୟନ୍ତ ଏହି ଆକ୍ରମଣ ଚାଲିଥିଲା । ଏଥିରେ ଦୁଇ ଜଣ ସିଆରପିଏଫ ଯବାନ ଶହୀଦ ହୋଇଯାଇଛନ୍ତି । ତେବେ ଘଟଣା ସମ୍ପର୍କରେ ଅଧିକ ସୂଚନା ହସ୍ତଗତ ହୋଇପାରିନି ।

LEAVE A REPLY

Please enter your comment!
Please enter your name here