ମାଲକାନଗିରି ( ବିପ୍ଲବୀ ପରିକ୍ରମା ):- ବିଜେଡି ସରକାର ବିରୁଦ୍ଧରେ 60 ପୃଷ୍ଠା ର ଶ୍ୱେତ ପତ୍ର ଜାରି କଲା ବିଜେପି । କେତେ ଦିନ ସହିବା ପରିବର୍ତ୍ତନ ଆଣିବା ନାଁ ରେ ବିଜେଡି ସରକାର ବିରୁଦ୍ଧରେ ଚାର୍ ସିଷ୍ଟ । ବିକାଶ ନାଁ ରେ ବିନାଶ ସେବା ନାଁରେ ଶୋଷଣ କରିଛି ବିଜେଡି ସରକାର। ଗାଁ ଗାଁରେ ସଭା କରି ଲୋକଙ୍କ ପାଖରେ ଚାର୍ଜ ସିଷ୍ଟ ପହଞ୍ଚାଇବ ବିଜେପି । ଆଜି ମାଲକାନଗିରି ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ନବରଙ୍ଗପୁର ସାଂସଦ ପ୍ରାଥି ବଲ ଭଦ୍ର ମାଝୀଙ୍କ ନେତୃତ୍ୱରେ ଜିଲ୍ଲା ସଭାପତି ଓ ଚିତ୍ରକୋଣ୍ଡା ବିଧାୟକ ପ୍ରାଥି ଡମ୍ବୁରୁ ଶୀଷା ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ କରି ବିଜେଡି ସରକାର ଉପରେ ବର୍ଷିବା ସହ 25 ବର୍ଷ ଶାସନରେ ବିଜେଡି ଓଡିଶାର ଲୋକଙ୍କୁ ଧୋକା ଦେଇଥିବା କହିଛନ୍ତି ବିଶେଷ କରି କେତେ ଦିନ ସହିବା, ପରିବର୍ତନ ଆଣିବା” ନାଁରେ ଭାରତୀୟ ଜନତା ପାର୍ଟି ବିଜେଡି ସରକାର ବିରୋଧରେ ଚାର୍ଜସିଟ ଆଣିଛି। ପଂଚାୟତଠୁ ସଚିବାଳୟ ଯାଏଁ ବିଭିନ୍ନ ଦୁର୍ନୀତିକୁ ନେଇ ଏହି ଚାର୍ଜସିଟ୍ ଜାରି କରାଯାଇଛି। ଏହି ଚାର୍ଜସିଟିରେ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟଜଳକୁ ଗୁରୁତ୍ବ ଦିଆଯାଇଛି। ସେହିପରି ଚିଟଫଣ୍ଡ ଦୁର୍ନୀତି ଓ ମହିଳା ବିରୋଧୀ ହିଂସାକୁ ନେଇ ବିଜେପି ଶାସକ ବିଜୁ ଜନତା ଦଳକୁ ୨୫ଟି ପ୍ରଶ୍ନ କରିଛି।