ଶିମିଳିପାଳ ( ବିପ୍ଲବୀ ପରିକ୍ରମା ):-:ଶିମିଳିପାଳ ଅଭୟାରଣ୍ୟରେ ଲାଗିଛି ନିଆଁ । ଫଳରେ ୨୭ ଶହ ୫୦ ବର୍ଗ କିଲୋମିଟର ଶିମିଳିପାଳ ଅଭୟାରଣ୍ୟ ଏବେ ବିପଦରେ। ଗୋଟିଏ ପାହାଡ଼ରୁ ଅନ୍ୟ ପାହାଡକୁ ନିଆଁ ମାଡ଼ି ଚାଲିଛି । ଆଜି ପୁଣି ଶିମିଳିପାଳର ୩୫ଟି ପଏଣ୍ଟରେ ଲାଗିଛି ନିଆଁ। ଏଥିରେ ଦକ୍ଷିଣ ଶିମିଳିପାଳର ୨୨ଟି ପଏଣ୍ଟରେ ନିଆଁ ଲାଗିଥିବା ବେଳେ ଉତ୍ତର ଶିମିଳିପାଳରେ ୧୩ଟି ପଏଣ୍ଟରେ ଲାଗିଛି ନିଆଁ । ଦିନ ବେଳେ ନିଆଁ ଲାଗିବା ପଏଣ୍ଟ ଅଧିକ ହେଉଥିବା ସୂଚନା ମିଳିଛି । ନିଆଁ ଲିଭେଇବା ପାଇଁ ବନ ବିଭାଗ କର୍ମଚାରୀ ଏବଂ ଓଡ୍ରାଫ ଟିମ୍ ସାମିଲ ଅଛନ୍ତି । ଶିମିଳିପାଳରେ ନିଆଁ ଲାଗିବା ଯୋଗୁଁ ବନ୍ୟଜନ୍ତୁ ଏବଂ ବହୁ ମୂଲ୍ୟବାନ ଗଛ ସହ ଔଷଧୀୟ ଗଛ ଏବେ ବିପଦରେ । ଶିମିଳିପାଳ ଅଭୟାରଣ୍ୟରେ ୨୮୪ଟି ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ ସତ୍ତ୍ୱେ ନିଆଁକୁ ରୋକି ପାରୁନି ବନବିଭାଗ । ନିଆଁ ଲିଭାଇବା ପାଇଁ ପାଖାପାଖି ୩୦୦ ସ୍କ୍ୱାର୍ଡ ଗଠନ କରାଯାଇଛି । ଏଥିରେ ସ୍ଥାୟୀ ଏବଂ ଅସ୍ଥାୟୀ ୧ ହଜାରରୁ ଅଧିକ କର୍ମଚାରୀ ସାମିଲ ହୋଇଛନ୍ତି । ତଥାପି ନିଆଁକୁ ଆୟତ୍ତ କରାଯାଇ ପାରୁନି । ନିଆଁର ପ୍ରକୋପ ଏତେ ମାତ୍ରାଧିକ ରହିଛି ଯେ ଅନେକ ଦୂରକୁ ଏହା ସ୍ପଷ୍ଟ ଦେଖାଯାଉଛି ।
ଶିମିଳିପାଳ ଅଭୟାରଣ୍ୟ ଜଙ୍ଗଲରେ ବହୁ ମୂଲ୍ୟବାନ ଗଛ ସହିତ ଜୀବ ଜନ୍ତୁ ଏବେ ବିପଦରେ । କିଛି ଦିନ ହେଲା ଏହି ଜଙ୍ଗଲ ଜଳୁଥିଲେ ସୁଦ୍ଧା ଏଥିପ୍ରତି ବନ ବିଭାଗ ଆୟତ୍ତ କରି ପାରୁନି ନାହିଁ ।ତେବେ ବ୍ୟାପକ ପ୍ରସ୍ତୁତି ସତ୍ତ୍ବେ ରାଜ୍ୟରେ ଜଙ୍ଗଲ ନିଆଁ ଉଗ୍ର ରୂପ ନେଉଥିବାରୁ ଚିନ୍ତା ପ୍ରକଟ କରିଛନ୍ତି ବିଶେଷଜ୍ଞ। କହିଛନ୍ତି, ଏମିତି ଜାରି ରହିଲେ, ଆଗକୁ ମରୁଭୂମି ପାଲଟିଯିବ ଓଡ଼ିଶା। ଆଗକୁ ତାତି ବଢ଼ିବା ସହ ଜଙ୍ଗଲ ନିଆଁ ଆହୁରି ବ୍ୟାପକ ହେବ ବୋଲି ଆଶଙ୍କା କଲେଣି ବିଶେଷଜ୍ଞ ।