ଗୁମ୍ମାରେ ଦମ ଦେଖାଇଲା ବିଜେଡି

0
Oplus_131072

ଗୁମ୍ମା ( ବିପ୍ଲବୀ ପରିକ୍ରମା ):- ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ସରଗରମ ରହିଛି ନିର୍ବାଚନ ପ୍ରଚାର। ତିନି ପ୍ରମୁଖ ଦଳ ମଧ୍ୟରେ ଆଗରେ ରହିଛି ବିଜେଡ଼ିର ରାଲି ଓ ପ୍ରଚାର। ଆଜି ଅପରାହ୍ନରେ ଗୁମ୍ମା ବ୍ଲକର ବିଭିନ୍ନ ସ୍ଥାନରେ ବିଜୁ ଜନତା ଦଳର ଉଭୟ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କ ଦମଦାର ପ୍ରଚାର। ବିଜୁ ଜନତା ଦଳର କର୍ମୀ ଓ ସମର୍ଥକଙ୍କ ଏକ ବିଶାଳ ଶୋଭାଯାତ୍ରା କେ ସି ପୁର ଠାରୁ ବାହାରି ଗୁମ୍ମା ସଦରମହକୁମା ପରିକ୍ରମା କରିଥିଲେ । ଏହି ଅବସରରେ ସ୍ଥାନେ ସ୍ଥାନେ ଉଭୟ ବିଧାୟକ ପ୍ରାର୍ଥୀ ରୂପେଶ ପାଣିଗ୍ରାହୀ ଓ ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ରଙ୍କୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା l

ଜନସାଧାରଣଙ୍କ ମଧ୍ୟରେ ନିର୍ବାଚନ ପ୍ରଚାର ସମୟରେ ଲୋକଙ୍କୁ ଭେଟି ବିଜୁ ଜନତା ଦଳର ସମର୍ଥନରେ ଭୋଟ ଦେବାକୁ ଅନୁରୋଧ କରିଥିଲେ। ଶହ ଶହ ଲୋକଙ୍କ ଗହଣରେ ବିରାଟ ପଟୁଆର ସହ ଏହି ଶୋଭାଯାତ୍ରା ସେରଙ୍ଗ, ଭୁବନୀ ଆଦି ଅଞ୍ଚଳର ଜନସାଧାରଣଙ୍କୁ ବିଜେଡିର ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଅଧିକ ବ୍ୟବଧାନରେ ବିଜୟ କରିବାକୁ ଉତ୍ସାହିତ କରିଥିଲେ। ସେରଙ୍ଗ ଠାରେ ଥିବା ନିର୍ବାଚନୀ କାର୍ଯ୍ୟାଳୟରେ ଉପସ୍ଥିତ କର୍ମି ମାନଙ୍କୁ ନେଇ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା।

ସେଠାରେ ଅଞ୍ଚଳର ବିକାଶ ମୂଳକ କାର୍ଯ୍ୟକ୍ରମ ଗୁଡିକୁ ନେଇ ଲୋକଙ୍କ ପାଖରେ ପହଞ୍ଚାଇବାକୁ କର୍ମୀ ମାନଙ୍କୁ ପରାମର୍ଶ ଦେଇଥିଲେ। ପୂର୍ବରୁ ଗୁମ୍ମା ବ୍ଲକ କଂଗ୍ରେସର ଏକ ଦୂର୍ଗ ବୋଲି କୁହାଯାଉଥିବା ବେଳେ ଗତ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଆମୂଳଚୁଳ ପରିବର୍ତ୍ତନ ଦେଖିବାକୁ ମିଳିଛି। ଅଞ୍ଚଳରେ ବିକାଶ ହେଉଥିବାରୁ ଶାସକ ଦଳ ପ୍ରତି ଜନସାଧାରଣଙ୍କ ଅଧିକ ଆସ୍ଥାଭାଜନ ହୋଇଛି। ଏହି ବ୍ଲକର ଅଧିକାଂଶ ପଞ୍ଚାୟତ ପ୍ରତିନିଧିମାନଙ୍କ ସମର୍ଥନ ବିଜେଡ଼ି ପ୍ରତି ରହିଥିବାରୁ ବିଜେଡ଼ିର ସ୍ଥିତି ବହୁତ ଭଲ ଅଛି ବୋଲି ଦୃଢେ଼ାକ୍ତି ବାଢିଛନ୍ତି ପ୍ରାର୍ଥୀ।

LEAVE A REPLY

Please enter your comment!
Please enter your name here