ନୂଆପଡା ( ବିପ୍ଲବୀ ପରିକ୍ରମା ):- ପୋଲିସ ମହାନିର୍ଦ୍ଦେଶକ ଅରୁଣ କୁମାର ଷଡ଼ଙ୍ଗୀ ଦିନିକିଆ ନୂଆପଡା ଜିଲ୍ଲା ଗସ୍ତରେ ଆସି ନୂଆପଡ଼ା ଗୁଇନ୍ଦା ବିଭାଗ ସଭାଗୃହ ଠାରେ ବିଧାନସଭା ନିର୍ବାଚନ ମଣ୍ଡଳୀରେ ସାଧାରଣ ନିର୍ବାଚନ ପାଇଁ ପୋଲିସ ବିଭାଗ ପକ୍ଷରୁ ହୋଇଥିବା ପ୍ରସ୍ତୁତି ଓ ପ୍ରତିଷେଧକ ବ୍ୟବସ୍ଥା ସଂପର୍କରେ ସମୀକ୍ଷା କରିଥିଲେ। ଏ ନେଇ ଦିନ ଗୋଟାଏ ବେଳେ ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଷଡ଼ଙ୍ଗୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଥିଲେ, ନୂଆପଡ଼ା କଳାହାଣ୍ଡି ରେ ହେବାକୁ ଥିବା ସାଧାରଣ ନିର୍ବାଚନ କୁ ସୁଚାରୁ ଓ ଶାନ୍ତି ଶୃଙ୍ଖଳାର ସହିତ ପରିଚାଳନା ଅସାମାଜିକ ବ୍ୟକ୍ତି ମାନଙ୍କ ଠାରୁ ଗଣ୍ଡଗୋଳ ନକରିବା ପାଇଁ ବୋଣ୍ଡ ନେବା,ମାଦକ ଦ୍ରବ୍ୟ ଓ ନିଶା ଦ୍ରବ୍ୟ ର ଚୋରାଚାଲାଣ ଉପରେ ରୋକ ଲଗାଇବା, ଆନ୍ତରାଜ୍ୟ ପୋଲିସ ସହ ସମନ୍ଵୟ ବୈଠକ ଆଦି କାର୍ଯ୍ୟକ୍ରମ ଗୁଡ଼ିକ ପୋଲିସ ତରଫରୁ ଗ୍ରହଣ କରାଯାଉଛି ।
ନୂଆପଡ଼ା କଳାହାଣ୍ଡି ଛତିଶଗଡ ସୀମା ରେ ଥିବା ହେତୁ ଗତ କିଛି ଦିନ ତଳେ ଛତିଶଗଡ ରେ ମାଓବାଦୀ ଙ୍କ ଉପରେ ଆକ୍ରମଣ ହେବା ପରେ ସେମାନେ ଏହି ଦୁଇ ଜିଲ୍ଲା ରେ ସକ୍ରିୟ ଥିବା ସୂଚନା ମିଳିଛି ସେମାନଙ୍କ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି । ଏଥିପାଇଁ SOG, CRPF, DVF ସହ ଜିଲ୍ଲା ପୋଲିସ ମୁତୟନ ହୋଇଛନ୍ତି କିଭଳି ଭାବରେ ନିର୍ବାଚନ କୁ ନିରପେକ୍ଷ, ଅବାଧ ଓ ଶାନ୍ତି ଶୃଙ୍ଖଳା ର ସହ ସମାପନ କରାଯିବ ସେ ଉପରେ ଧ୍ୟାନ ଦେଇ ଜନ ସାଧାରଣ ଙ୍କ ସହଯୋଗ ଲୋଡିଥିଲେ ।
ଏହି ଅବସରରେ ଶ୍ରୀ ଷଡ଼ଙ୍ଗୀ ଙ୍କ ସହ ସଞ୍ଜୟ କୁମାର ADGP (L&O) Cum SPNO, BBSR, ଏସ. ଦେବଦତ୍ତ ସିଂ Addl. DG of Police Operator, BBSR, ଡକ୍ଟର କନୱର ବିଶାଳ ସିଂ DIG of Police S/W BBSR, ଚରଣ ସିଂ ମୀନା DIG of ପୋଲିସ SWR, କୋରାପୁଟ ଙ୍କ ସହ କଳାହାଣ୍ଡି ଏସପି ଅଭିଲାସ ଜି, ନୂଆପଡ଼ା ଏସପି ରାଘେବିଂଦ୍ର ଗୁଣ୍ଡାଲା ରେଡ୍ଡୀ ଙ୍କ ସହ ଜିଲ୍ଲା ସ୍ତରୀୟ ପୋଲିସ ବାହିନୀ ଉପସ୍ଥିତ ଥିଲେ l