ଗଞ୍ଜାମ, ସୋରଡ଼ା ( ବିପ୍ଲବୀ ପରିକ୍ରମା ):- ଗଂଜାମ ଜିଲ୍ଲା ସୋରଡା ବିଧାନସଭା ନିର୍ବାଚନ ମଣ୍ଡଳୀର, ବିଜୁ ଜନତା ଦଳରୁ ବିଧାୟକ ପ୍ରାର୍ଥୀନୀ ଭାବେ ସଂଘମିତ୍ରା ସ୍ବାଇଁ, ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ଦଳୀୟ ସମର୍ଥକଙ୍କ ସହ ଶୋଭାଯାତ୍ରାରେ ଆସି ଭଂଜନଗର ସହର ପରିକ୍ରମା କରିବା ପରେ, ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ, ନିଜର ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ଗତ ୩ ଟି ନିର୍ବାଚନରେ ସେରଡା ଆସନରେ ବିଜୁ ଜନତା ଦଳ ହାତରେ କ୍ଷମତା ରହିଥିବା ବେଳେ, ଏବେ ପୁଣି ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ ଙ୍କ ପତ୍ନୀ ଦଳୀୟ ଟିକଟ ରେ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ନିର୍ବାଚିତ ହେଲେ , ବାକି ରହିଥିବା, ବିକାଶମୂଳକ କାର୍ଯ୍ୟ କୁ ତ୍ବରାନ୍ବିତ କରିବେ ବୋଲି, ନିଜ ପ୍ରତିକ୍ରିୟାରେ କହିଛନ୍ତି ବିଧାୟକ ପ୍ରାର୍ଥନୀ l