ପୁଣି ପ୍ରଦୀପଙ୍କ ବିରୋଧରେ ବିଷ ଓଗାଳିଲା ବିଜେଡି

0

ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ):- ଜନସେବା ପାଇଁ ନୁହଁ ବରଂ ଲୋକଙ୍କୁ ଲୁଟିବା ଆଉ ଠକିବା ପାଇଁ ରାଜନୀତିକୁ ଆସିଛନ୍ତି ଭାରତୀୟ ଜନତା ପାର୍ଟିର ବ୍ରହ୍ମପୁର ଲୋକସଭା ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ। ଏହା ମହାମାରୀ କରୋନା ସମୟରେ ପ୍ରମାଣିତ। ଯେତେବେଳେ ଲୋକଙ୍କ ଅର୍ଥ ଓ କ୍ଷମତାରେ ବଳିଆନ ହୋଇଥିଲେ ସେତେବେଳେ ଜନସାଧାରଣଙ୍କ ପ୍ରତି ତାଙ୍କର କିଭଳି ବ୍ୟବହାର ଥିଲା ତାହା ସମସ୍ତେ ଜାଣନ୍ତି। କରୋନା ଭଳି ମହାମାରୀ ସମୟରେ ପ୍ରଦୀପ ନିଜ ଅଞ୍ଚଳ ଲୋକଙ୍କୁ ମୃତ୍ୟୁ ମୁଖରେ ଛାଡି ନିଜ ପରିବାର ଓ ଭାବି ଜ୍ୱାଇଁ ଆକାଶ ପାଠକ ସହ ଚାର୍ଟର ବିମାନରେ ବୁଲି ପଂଚତାରକା ହୋଟେଲରେ ଅୟେସ କରୁଥିଲେ। ଆଡମ୍ବରପୂର୍ଣ ଜୀବନ ବଞ୍ଚିବାକୁ ପ୍ରଦୀପ ଏତେ ଟଙ୍କା କେଉଁଠୁ ଆଣୁଥିଲେ। ଚାକିରୀ ଦେବାକୁ କହି ନିରୀହ ଯୁବକଙ୍କ ଠାରୁ ଆଦାୟ କରିଥିବା ଲକ୍ଷ ଲକ୍ଷ ଟଙ୍କାରେ ମଉଜ କରୁଥିଲେ ପ୍ରଦୀପ ଓ ତାଙ୍କ ଭାବି ଜ୍ୱାଇଁ ଆକାଶ ପାଠକ।

ଗଂଜାମବାସୀ ଖାସ କରି ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀର ଲୋକଙ୍କୁ କରୋନା ସମୟରେ ରାଜ୍ୟ ବାହାରୁ ଆଣିବାକୁ ରାଜ୍ୟ ସରକାର ଉଦ୍ୟମ କରୁଥିବା ବେଳେ ପ୍ରଦୀପ ଏହାକୁ ବିରୋଧ କରୁଥିଲେ। ଓଲଟା ସେମାନଙ୍କୁ ମାରିବା ପାଇଁ ଛାଡିଦିଅ ନଚେତ ସେମାନେ ଆସିଲେ ଆମ ପାଇଁ ବିପଦ ବୋଲି କହୁଥିଲେ ପ୍ରଦୀପ। ନିଜେ କିନ୍ତୁ କରୋନା ସମୟରେ ଚାର୍ଟର ବିମାନରେ ବିଭିନ୍ନ ରାଜ୍ୟ ବୁଲି ମଉଜ କରୁଥିଲେ। ଏଭଳି ଜନବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ବିଜୁ ଜନତା ଦଳରୁ ବହିଷ୍କାର କରାଯାଇଥିଲା। ସ୍ୱାଭିମାନି ବ୍ରହ୍ମପୁରବାସୀ କଣ ଏସବୁ କଥାକୁ ଭୁଲିଯିବେ। ଯିଏ ନିଜ ସ୍ୱାର୍ଥ ହାସଲ କରିବା ପାଇଁ କାମ କରେ ସେଭଳି ଲୋକକୁ ବୁଦ୍ଧି ଶିଖାଇବା ବେଳ ଆସିଛି।ନିଜର କୁକର୍ମର ଫଳ ଭାବେ ପ୍ରଦୀପ ପାଣିଗ୍ରାହୀ ଜେଲ ଯାଇଥିଲା। ଏବେ ବେଲରେ ଆସିଛି। ଚାର୍ଜଫ୍ରେମ ହୋଇସାରିଛି।

ବ୍ରହ୍ମପୁରବାସୀ ନିଶ୍ଚୟ ଦେଖିବେ ପ୍ରଦୀପ ନିଜ କୁକର୍ମର ଫଳ ଭୋଗିବ। ପୁଣି ଜେଲ ଯିବ ଆଉ ସବୁ ପାପର ଗୋଟି ଗୋଟି କରି ହିସାବ ହେବ। ସ୍ୱାଭିମାନୀ ବ୍ରହ୍ମପୁରବାସୀ ଏଭଳି ଠକ, ଜନବିରୋଧୀକୁ ବୁଦ୍ଧି ଶିଖାଇବାକୁ ମନସ୍ଥ କରିସାରିଛନ୍ତି। ହତାଶରେ ଜର୍ଜରିତ ପ୍ରଦୀପ ନିଜ କୁକର୍ମର ଫଳ ପାଇବେ। କଣ ଥିଲେ ଓ ନବୀନ ବାବୁ ପରିଚୟ ଦେବା ପରେ କଣ ହେଲେ, ଆଉ ଆଜି କିଭଳି ଭାଷା ବ୍ୟବହାର କରୁଛନ୍ତି ସେସବୁ ଲୋକେ ବୁଝୁଛନ୍ତି ବୋଲି ବ୍ରହ୍ମପୁର ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜୁ ଜନତା ଦଳର ମୁଖପାତ୍ର ତୁମ୍ବନାଥ ପଣ୍ଡା କହିଛନ୍ତି।

LEAVE A REPLY

Please enter your comment!
Please enter your name here