ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ):- ବ୍ରହ୍ମପୁର ସହରର ସ୍ୱାଧୀନ ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ଶିଵଶଙ୍କର ଦାଶ ଆଜି ୱାର୍ଡ ନଂ ୧,୨ ଓ ୩ ରେ ତାଙ୍କ ପ୍ରଚାର କାର୍ଯ୍ୟ ଜୋରଦାର କରିଛନ୍ତି। ସଠିକ ସମୟରେ ଶତାଧିକ ମହିଳା ସମର୍ଥକଙ୍କ ସହିତ ନିର୍ବାଚନ ପ୍ରଚାରର ମଙ୍ଗ ଧରିଲେ ଶ୍ରୀଯୁକ୍ତ ଦାଶଙ୍କ ଧର୍ମପତ୍ନୀ ଶ୍ରୀମତୀ ଆଶା ଦାଶ। ସ୍ୱାଧୀନ ପ୍ରାର୍ଥୀ ଶିଵଶଙ୍କରଙ୍କ ଲୋକପ୍ରିୟତା ବହୁଳ ଭାବେ ବୃଦ୍ଧି ପାଉଥିବା ସହରରେ ଆଲୋଚନାର ପ୍ରମୁଖ ପ୍ରସଙ୍ଗ ହେବାରେ ଲାଗିଛି। ସମାଜସେବୀ ପ୍ରମିଳା ତ୍ରିପାଠୀ ମଧ୍ୟ ସାମିଲ ହୋଇଥିବା ଦେଖିବାକୁ ମିଳୁଛି l