ପାରଳାଖେମୁଣ୍ଡି, ( ବିପ୍ଲବୀ ପରିକ୍ରମା ):- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନିର୍ବାଚନୀ ମଣ୍ଡଳିରେ ବିଭିନ୍ନ ଦଳ ନିଜ ନିଜର ଦମ ଦେଖାଉଥିବା ବେଳେ କାଶୀନଗର ବ୍ଲକ ଅଧ୍ୟକ୍ଷ ଏସ. ସୁଧାରାଣିଙ୍କୁ ନେଇ ଚର୍ଚ୍ଚା ଜୋର ଚାଲିଚି । କାଶୀନଗର ଏନ୍ ଏ ସି ଅଧ୍ୟକ୍ଷା ଏମ ସୁଧା ରାଣୀ ଙ୍କ ଘର ବାହୁଡ଼ା, କିଛି ଦିନ ପୂର୍ବେ ବିଜେଡି ଛାଡି ବିଜେପିରେ ଯୋଗଦେଇଥିବା ବେଳେ ପୁଣିଥରେ ଘରକୁ ଫେରିଛନ୍ତି, ପାରଳାଖେମୁଣ୍ଡି ସ୍ଥିତ ଗଜପତି ଜିଲ୍ଲା ବିଜେଡି କାର୍ୟ୍ୟାଳୟରେ ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି । ସ୍ଥାନୀୟ ନେତୃତ୍ୱ ଦଳିୟ ଭିତ୍ତିରେ ତାଙ୍କୁ ଗ୍ରହଣ କରିଛନ୍ତି। ଭୁଲ ବୁଝାମଣା ପାଇଁ ମନମାଳିନ୍ୟରୁ ସେଭଳି ଘଟିଥିଲା କିନ୍ତୁ ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇନଥିବା ବେଳେ ଦଳ ମଧ୍ୟ ତାଙ୍କୁ ବହିଷ୍କାର କରିନଥିବା କହିଛନ୍ତି।
ଅନ୍ୟ ପକ୍ଷରେ ବିଜେପିରେ ଯୋଗଦେବା ସମୟରେ ଗଣମାଧ୍ୟମରେ ରଖିଥିବା ବିବୃତି ସମ୍ପର୍କରେ ପଚାରିବାରୁ କୌଣସି ପ୍ରତିକ୍ରିୟା ରଖି ନାହାନ୍ତି। ଜିଲ୍ଲା ପରିଷଦ ଜି ତିରୁପତି ରାଓ ପ୍ରତିକ୍ରିୟା ରଖି କହିଛନ୍ତି ଦଳ ନିଷ୍ପତ୍ତି ଅନୁସାରେ ତାକୁ ଗ୍ରହଣ କରାଯାଇଛି ସେ ପୁର୍ବ ଭଳି ଦଳ ପାଇଁ କାର୍ୟ୍ୟ କରିବେ ଗତକାଲି ମୁଖ୍ୟମନ୍ତ୍ରୀ ଙ୍କ କାର୍ୟ୍ୟକ୍ରମ ସମୟରେ ଅନୁପସ୍ଥିତ ରହି ପରିବାର ଠାରୁ ଦୁରରେ ରହିବା କଷ୍ଟ ବୁଝି ପାରି ଘର ବାହୁଡ଼ା ହୋଇଥିବା କହିଛନ୍ତି । ସେପଟେ ସୁଧାରାଣି ବିଜେପିରେ ଯୋଗଦେବା ପାଇଁ ତାଙ୍କୁ ବାଧ୍ୟ କରାଯାଇନି କି ପ୍ରଲୋଭନ ଦେଖାଯାଇନଥିଲା ସେ ନିଜ ଖୁସିରେ ବିଜେପିରେ ସାମିଲ ହୋଇଥିଲେ । ବିଜେଡିରେ ସେ ଖୁସିରେ ଯୋଗଦେଇନାହାଁନ୍ତି ତାଙ୍କୁ ବାଧ୍ୟ କରାଯାଇ ଧମକାଇ ଦଳରେ ସାମିଲ କରାଯାଇଛି ସେଥିପାଇଁ ଦୁଖ କରିବାର ନାହିଁ ବୋଲି କହିଛନ୍ତି କେ ନାରାୟଣ ରାଓ ।