ଓଡିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

0
Oplus_131072

ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ):- ରବିବାର ସନ୍ଧ୍ୟାରେ ଓଡ଼ିଶାର ବିମାନବନ୍ଦରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏୟାରପୋର୍ଟରେ ତାଙ୍କୁ ରାଜ୍ୟ ବିଜେପି ପକ୍ଷରୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି । ସେ ରାଜଭବନରେ ରାତ୍ରିଯାପନ କରିବେ । ପ୍ରଧାନମନ୍ତ୍ରୀ ୨ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବାବେଳେ ଏହାକୁ ନଜରରେ ରଖି ସଜାଗ ରହିଛି କମିଶନରେଟ ପୋଲିସ । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ବରେ ଥିବା SPG ସହ ଆଲୋଚନା କରି ବ୍ୟାପକ ପ୍ରସ୍ତୁତି କରିଛି କମିଶନରେଟ ପୋଲିସ । ଗତକାଲି ସନ୍ଧ୍ୟାରେ ଅଯୋଧ୍ୟାରେ ରାମଲାଲାଙ୍କ ଦର୍ଶନ ସହ ବିଶାଳ ରୋଡ୍ ଶୋ କରିଥିଲେ ମୋଦି । ଏହାପରେ ସେ ଆସି ଓଡ଼ିଶାରେ ପହଞ୍ଚିଛନ୍ତି ।

 

ଟ୍ରାଫିକ ପରିଚାଳନାର ରୁଟ୍ ଲାଇନ ପାଇଁ ଡିସିପି ଟ୍ରାଫିକ ଦାୟିତ୍ବରେ ରହିଛନ୍ତି । ରାଜଭବନରେ ମଧ୍ୟ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଭୁବନେଶ୍ବର ପୋଲିସ, ସ୍ପେଶାଲ ପ୍ରୋଟେକ୍ସନ ଗ୍ରୁପ ଓ ସ୍ପେଶାଲ ସିକ୍ୟୁରିଟି ଓ୍ବିଙ୍ଗ ମଧ୍ୟ ମୁତୟନ ରହିବ । ଯେତେବି ସୁଉଚ୍ଚ କୋଠା ରହିଛି ବା ସମ୍ବେଦନଶୀଳ ଅଞ୍ଚଳ ରହିଛି ସେହି ଅଞ୍ଚଳରେ ପୋଲିସ ମୁତୟନ ରହିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ଯେଉଁମାନେ ସୁରକ୍ଷା, ଟ୍ରାଫିକ ପରିଚାଳନା ଓ ଏସକର୍ଟରେ ରହିବେ ସେନେଇ ଅଫିସରଙ୍କ ସହ ଆଲୋଚନା କରିଛନ୍ତି ପୋଲିସ କମିଶନର ଓ ଭୁବନେଶ୍ବର ଡିସିପି ।

 

ଆଜି (ସୋମବାର) ବ୍ରହ୍ମପୁର ଓ ନବରଙ୍ଗପୁର ଗସ୍ତର କାର୍ଯ୍ୟକ୍ରମ ରହିଛି । ସେଠାରେ ବିଶାଳ ଜନସଭା ଆୟୋଜନ ହେବାକୁ ଥିବାବେଳେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ସେଠାରେ ଜନସଭାକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ । ଆଉ ମାତ୍ର କିଛି ଦିନ ପରେ ରାଜ୍ୟରେ ମତଦାନ ହେବାକୁ ଥିବାରୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଗୁରୁତ୍ବ ବହନ କରୁଛି । କାରଣ ଜନମତ ହାସଲ କରିବା ଲକ୍ଷ୍ୟରେ ନିର୍ବାଚନୀ ସଭାରେ ଉଦବୋଧନ ଦେବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ।

LEAVE A REPLY

Please enter your comment!
Please enter your name here