ସ୍ୱାଧୀନ ପ୍ରାର୍ଥୀ ପିଣ୍ଟୁ ଦାସଙ୍କୁ ମିଳୁଛି ବିପୁଳ ସମର୍ଥନ

0

ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ):- ବ୍ରହ୍ମପୁର ବିଧାନସଭା କ୍ଷେତ୍ରର ସ୍ୱାଧୀନ ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ଶିବଶଙ୍କର ଦାସ (ପିଣ୍ଟୁ)ଙ୍କ ନିର୍ବାଚନୀ ପ୍ରଚାରରେ ଦିନକୁ ଦିନ ଲୋକଙ୍କ ବିପୁଳ ସମର୍ଥନ ମିଳୁଥିବା ଦେଖିବାକୁ ମିଳୁଛି । ଯେଉଁ ଅଞ୍ଚଳକୁ ପିଣ୍ଟୁ ପ୍ରଚାର ପାଇଁ ଯାଉଛନ୍ତି ସେଠାରେ ବହୁ ମାତ୍ରାରେ ଲୋକେ ରୁଣ୍ଡ ହୋଇ ନିଜର ଶତ ପ୍ରତିଶତ ସମର୍ଥନ ମାଠିଆ ଚିହ୍ନକୁ ରହିଥିବା କହିଛନ୍ତି । ଯେତେବେଳେ ଶିବଶଙ୍କର ଦାସ ବ୍ରହ୍ମପୁର ମହାନଗର ନିଗମର ପ୍ରଥମ ମେୟର ଭାବେ କାର୍ଯ୍ୟ କରିଥିଲେ ସେତେବେଳେ ବହୁ ଉନ୍ନତି ମୂଳକ କାର୍ଯ୍ୟ ହୋଇଥିଲା ।

କିନ୍ତୁ ପରବର୍ତ୍ତୀ ସମୟରେ ତାହା ପରଠାରୁ ଆଉ କୌଣସି ନୂତନ ଭାବେ ଉନ୍ନୟନ ମୂଳକ କାର୍ଯ୍ୟ ହୋଇନଥିବା ସହ ପୂର୍ବରୁ ହୋଇଥିବା ସମସ୍ତ କାର୍ଯ୍ୟ ବର୍ତ୍ତମାନ ନଷ୍ଟ ହୋଇ ଯାଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଅନ୍ୟପଟେ ସହରରେ ରହିଥିବା ପ୍ରତ୍ୟେକ ଅଞ୍ଚଳରେ ଜଳାଶୟ ଗୁଡ଼ିକୁ ପୁନରୁଦ୍ଧାର ନାଁ ରେ ଶୁଖାଇ ଦିଆଯାଇ ବର୍ତ୍ତମାନ ସୁଦ୍ଧା କାର୍ଯ୍ୟ ସମ୍ପୂର୍ଣ୍ଣ କରାଯାଇନାହିଁ । ଯାହାଫଳରେ ପୋଖୋରୀ ଉପରେ ନିର୍ଭର କରୁଥିବା ଗରିବ ଓ ମଧ୍ୟବିତ୍ତ ଶ୍ରେଣୀରେ ପରିବାର ବହୁ ସମସ୍ୟାରେ ରହିଥିବା ଲୋକେ କହିଛନ୍ତି ।

ଏଭଳି କ୍ଷେତ୍ରରେ ବ୍ରହ୍ମପୁରରେ ଶିବଶଙ୍କର ଦାସ ବିଧାୟକ ହେବା ଜରୁରୀ ବୋଲି ପ୍ରଚାର ବେଳେ ସ୍ଥାନୀୟ ଲୋକେ ମିଶି ନିଜର ସମ୍ପୂର୍ଣ ସମର୍ଥନ ରହିଥିବା କହିଥିଲେ । ତେବେ ରବିବାର ସଂଧ୍ୟାରେ ମହାନଗର ନିଗମର ୩୬ ନଂ ୱାର୍ଡରେ ନିଜର ଧର୍ମପତ୍ନୀ ଶ୍ରୀମତୀ ଆଶା କୁମାରୀ ଦାସଙ୍କ ସମେତ ବହୁ ସମର୍ଥକ ମିଶି ୱାର୍ଡର ସମସ୍ତ ଗଳି ବୁଲି ନିଜର ପ୍ରଚାର କରିଥିଲେ । ଏହି ଅବସରରେ ଅଞ୍ଚଳବାସୀ ବହୁ ସଂଖ୍ୟାରେ ଏକତ୍ରିତ ହୋଇ ପିଣ୍ଟୁ ଓ ତାଙ୍କ ଧର୍ମପତ୍ନୀଙ୍କୁ ପୁଷ୍ପ ଗୁଚ୍ଛ ଦେଇ ବାଣ ଫୁଟାଇ ଭବ୍ୟ ସ୍ଵାଗତ କରି ନିଜ ୱାର୍ଡ ପ୍ରଚାରରେ ସାମିଲ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here