ନୂଆପଡା ( ବିପ୍ଲବୀ ପରିକ୍ରମା ):- ନୂଆପଡା ଜିଲ୍ଲା ସିନାପାଲି କଲେଜ ଅଧ୍ୟାପକ ବ୍ରଜମୋହନ ଧାକଡ଼ ବିଜେଡି ପାଇଁ କାମ କରୁଥିବା ଏକ ସଙ୍ଗୀନ ଅଭିଯୋଗ ଆସିଛି l କେବଳ ବିଜେଡି କୁ ସମର୍ଥନ ନୁହେଁ ବିଜେପି କର୍ମୀ ଙ୍କୁ ଫୋନ ମାଧ୍ୟମରେ ଧମକ ଦେବା ଭଳି ଅଭିଯୋଗ ଆସିଛି । ସୂଚନା ଅନୁସାରେ ସିନାପାଲି ବ୍ଲକ ର ଜଣେ ବିଜେପି କର୍ମୀ ଙ୍କୁ ସେହି ଅଞ୍ଚଳ ର ଜଣେ ସରକାରୀ କର୍ମଚାରୀ ଫୋନ ରେ ଧମକ ଚମକ ଦେଉଛନ୍ତି । ଧମକ ଦେଉଥିବା ବ୍ୟକ୍ତି ହେଉଛନ୍ତି ଅଧ୍ୟାପକ ବ୍ରଜ ମୋହନ ଧାକଡ଼ l ଏ ନେଇ ନୂଆପଡା ଜିଲ୍ଲା ଖଡ଼ିଆଳ ଠାରେ ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦିଆଯାଇଛି l ସିନାପାଲି ବ୍ଲକ କୋଟମାଳ ଗାଁର ଗଗନ ଧାକଡ଼ ବିଜେପି ର ପୋଷ୍ଟ ମାନଙ୍କୁ ସୋସିଆଲ ମିଡ଼ିଆ ରେ ସ୍ୟାର କରୁଛନ୍ତି ଏହାକୁ ବିରୋଧ କରି ସେହି ଗାଁର ଅଧ୍ୟାପକ ବ୍ରଜ ମୋହନ ଧାକଡ଼ ଫୋନ ରେ ଶ୍ୟାର କରୁଥିବା ବିଜେପି କର୍ମୀ ଙ୍କୁ ଧମକ ଚମକ ଦେଇଛନ୍ତି l
ଏମିତି କି ତାଙ୍କ ଦୋକାନ ଉଡାଇ ଦେବା ସହ ଗାଁରୁ ବାହାର କରିଦେବା, ଦିବ୍ୟ ଶଙ୍କର ମିଶ୍ର ମୋ ଲୋକ ବୋଲି ଅଧ୍ୟାପକ ଜଣଙ୍କ ଫୋନ ରେ କହୁଥିବା ବାର୍ତ୍ତା ଭାଇରାଲ ହେଉଛି l ସିନାପାଲି କଲେଜ ର ଏହି ଅଧ୍ୟାପକ ବିଜେଡି ପାଇଁ କାମ କରୁଥିବା ବେଳେ ତାଙ୍କ ନାଁ ରେ ଏହି ଘଟଣା ନେଇ ସିନାପାଲି ଥାନା ରେ ଅଭିଯୋଗ ହେଉଛି l ଜଣେ ସରକାରୀ କର୍ମଚାରୀ କିଭଳି ଓ କେଉଁ ଉଦ୍ଧେଶ୍ୟ ରେ ସେହି ନିର୍ଦ୍ଦିଷ୍ଟ ବିଜେପି କର୍ମୀ ଙ୍କୁ ଗାଳିଗୁଲଜ କରି ବିଜେପି ପ୍ରଚାର ପାଇଁ ମନା କରୁଛନ୍ତି ତାହା ସନ୍ଦେହ ଘେରରେ । ବର୍ତ୍ତମାନ ଅଧ୍ୟାପକ ଙ୍କ ବିରୁଦ୍ଧ ସିନାପାଲି ଥାନାରେ ମାମଲା ଦାଏର ହୋଇଥିବା ବେଳେ ତାଙ୍କ ବିରୁଦ୍ଧ କିଭଳି କାର୍ଯ୍ୟାନୁଷ୍ଠାନ ହେଉଛି ତାହା ଦେଖିବା ର ବାକି । ଅଧ୍ୟାପକ ବ୍ରଜ ମୋହନ ଧାକଡ଼ ଙ୍କ ବିରୋଧ ରେ କଡ଼ା ରୁ କଡା କାର୍ଯ୍ୟାନୁଷ୍ଠାନ ସହ ତାଙ୍କୁ ଗିରଫ କରି ନିଲମ୍ବନ କରାଯାଉ ବୋଲି ବିଜେପି ଦାବୀ କରିଛି l