ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ):- ଯୁକ୍ତ ୨ ଛାତ୍ରୀଙ୍କୁ ତାଙ୍କ ୮ ଜଣ ସହପାଠୀ ଗଣ ବଳାତ୍କାର କରିଥିବା ଅଭିଯୋଗ ହୋଇଛି ।ସହରର ଘରୋଇ ସ୍କୁଲରେ ପଢୁଥିବା ପିଡିତା ଛାତ୍ରୀଙ୍କୁ ତାଙ୍କର ଜଣେ ବାଳକ ସହପାଠୀ ଗତ ଶୁକ୍ରବାର ନିଜ ଘରକୁ ଡାକିଥିଲେ ହେଲେ ତାଙ୍କ ଘରେ ଅନ୍ୟ ୭ ଜଣ ବାଳକ ସହପାଠୀ ଉପସ୍ଥିତ ଥିଲେ । ସଭିଏଁ ମିଶି କିଛି ସମୟ କଥାବାର୍ତ୍ତା କରିବା ପରେ ଛାତ୍ରୀଙ୍କୁ ତାଙ୍କ ସହପାଠୀମାନେ ମୃଦ୍ୟୁପାନୀୟ ପିଇବାକୁ ଦେଇଥିଲେ । ସେହି ମୃଦ୍ୟୁପାନୀୟ ପିଇବା ପରେ ଛାତ୍ରୀ ଜଣଙ୍କ ଅଚେତ ହୋଇ ପଡିଥିଲେ । ଏହାପରେ ଜଣେ ପରେ ଜଣେ ସହପାଠୀ ତାଙ୍କୁ ବଳାତ୍କାର କରିଥିଲେ ।
ଏହାପରେ ବ୍ରହ୍ମପୁର ସହରରେ ଚାଞ୍ଚଲ୍ୟ ଖେଳିଯାଇଛି । ଜଣେ ନାବାଳିକାକୁ ଗଣ ଦୃଷ୍କର୍ମ ଅଭିଯୋଗରେ ବୈଦ୍ୟନାଥପୁର ଥାନା ପୁଲିସ ୮ ଜଣକୁ ଥାନାରେ ଅଟକ ରଖିଥିବା ନେଇ ସୂଚନା ମିଳିଛି l