ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଭାରତୀୟ କ୍ରିକେଟ ଟିମ ପାକିସ୍ତାନ ଯାଇପାରେ କ୍ରିକେଟ ଖେଳିବାକୁ । ଆସନ୍ତା ବର୍ଷ ପାକିସ୍ତାନରେ ହେବାକୁ ଥିବା ଚାମ୍ପିୟନ୍ସ ଟ୍ରଫି ଖେଳିବାକୁ ଭାରତୀୟ ଟିମ୍ ପାକିସ୍ତାନ ଯାଇପାରେ । ଏଥିପାଇଁ କେବଳ ଗୋଟିଏ ସର୍ତ ରଖିଛି ବିସିସିଆଇ । ଯଦି କେନ୍ଦ୍ର ସରକାର ଯିବାକୁ ଅନୁମତି ଦେବ ତେବେ ଭାରତୀୟ ଟିମ ପାକିସ୍ତାନ ଯିବ ବୋଲି କହିଛନ୍ତି ବିସିସିଆଇ ଉପସଭାପତି ରାଜୀବ ଶୁକ୍ଳା । ୨୦୨୫ ଫେବ୍ରୁଆରୀରୁ ମାର୍ଚ୍ଚ ମଧ୍ୟରେ ଆଇସିସି ଚାମ୍ପିୟନ୍ସ ଟ୍ରଫି ଖେଳାଯିବାର ଅଛି । ୫୦ ଓଭର ବିଶିଷ୍ଟ ଏହି ଟୁର୍ଣ୍ଣାମେଂଟରେ ଆୟୋଜକ ଦେଶ ସହ ବିଶ୍ୱର ଶ୍ରେଷ୍ଠ ୮ ଦଳ ଖେଳିବେ । ଆତଙ୍କବାଦକୁ ନେଇ ଦୁଇ ଦେଶ ମଧ୍ୟରେ ବିବାଦ ଲାଗିରହିଥିବାରୁ ୨୦୦୮ ପରେ ଭାରତୀ ଟିମ ପାକିସ୍ତାନ ଯାଇନାହିଁ । ଶେଷ ଥର ପାଇଁ ଦୁଇ ଦେଶ ମଧ୍ୟରେ ୨୦୧୨-୨୦୧୩ରେ ଦିପାକ୍ଷିକ ସିରିଜ ଖେଳାଯାଇଥିଲା ।