ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଆସିକା ପଂଚାୟତ ସମିତି ସଭା ଗୃହ ରେ ସାଧାରଣ ନିର୍ବାଚନ ପର୍ଯ୍ୟବେକ୍ଷକ ହରି ମୋହନ ମିନା ସମୀକ୍ଷା କରିଥିଲେ l ଆୟୋଜିତ ସମୀକ୍ଷା ବୈଠକ ରେ ବିଡ଼ିଓ ଫକୀର ଚରଣ ପରିଡା, ଆସିକା ଉପଖଣ୍ଡ ଅରକ୍ଷୀ ଅଧିକାରୀ ସଞ୍ଜୟ କୁମାର ମହାପାତ୍ର, ଆସିକା ଥାନା ଅଧିକାରୀ ରାଜେନ୍ଦ୍ରନାଥ ପଟନାୟକ, କୋଟିନଡ଼ା ଥାନା ଅଧିକାରୀ କୃଷ୍ଣ ଚନ୍ଦ୍ର ସାହା, କବିସୂର୍ଯ୍ୟନଗର ଥାନା ଅଧିକାରୀ ସୁଧୀର ସାହୁ, ଗାଙ୍ଗପୁର ଥାନା ଅଧିକାରୀ ସମେତ ୨୭ ସେକ୍ଟର ଅଧିକାରୀ ଏବଂ ସମସ୍ତ ବିଭାଗୀୟ ଅଧିକାରୀ ଯୋଗ ଦେଇଥିଲେ l ଆଗାମୀ ସାଧାରଣ ନିର୍ବାଚନ ରେ ଭୋଟ ଦାନ ବ୍ୟବସ୍ଥା, ଭୋଟ ଦାନ ର ପୂର୍ବ ଏବଂ ପରବର୍ତୀ ଅବସ୍ଥା ସମ୍ପର୍କ ରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା ହୋଇଥିଲା l ବିଶେଷ କରି ପୋଲିସ ପକ୍ଷରୁ କରାଯାଇଥିବା ୧୦୭ ମାମଲା ଏବଂ ବନ୍ଧୁକ ଜିମା ଦେବା ସମ୍ପର୍କ ରେ ଚାରୋଟି ଥାନା ର ସୂଚନା ଜାଣି ଥିଲେ l ସେହିଭଳି ଯାଞ୍ଚ ପକ୍ରିୟା, ନିର୍ବାଚନି ଆଇନ ଉଲଘଂନ ନହେବା ପାଇଁ କଡା ନିର୍ଦ୍ଦେଶ ସମ୍ପର୍କ ରେ ଅବଗତ କରାଯାଇଥିଲା l
ସେହିଭଳି ଭୋଟ ଦାନ କେନ୍ଦ୍ରରେ ଶାନ୍ତି ଶୃଙ୍ଖଳା ବ୍ୟବସ୍ଥା, ବୁଥ କୁ ସୁ ନିୟନ୍ତ୍ରିତ କରିବା, ଭୋଟ ଦାନ କେନ୍ଦରେ ପାନୀୟ ଜଳ ବ୍ୟବସ୍ଥା ଓ ଖରା ଦାଉରୁ ରକ୍ଷା ପାଇଁ ଟେଣ୍ଟ ପକାଇବା, ଭୋଟ ଦାନ କେନ୍ଦ୍ର ଠାରୁ ୧୦୦ ମିଟର ପରିଧି ମଧ୍ୟରେ ଲୋକ ମାନଙ୍କୁ ନେବା ଆଣିବା ରେ ସହଯୋଗ,ଦଳୀୟ ଏଜେଣ୍ଟ ମାନଙ୍କୁ ନିୟମ ମାନି କେନ୍ଦ୍ର ମଧ୍ୟରେ ରହିବାକୁ ବ୍ୟବସ୍ଥା, ଭୋଟ ଦାତା ମାନେ ଯେକୌଣସି ପରିଚୟ ପତ୍ର ନେଇ ଭୋଟ ଦାନ କେନ୍ଦ୍ରକୁ ଆସିବାକୁ ସଚେତନତା, ବ୍ଲକ ସ୍ତରୀୟ ଅଧିକାରୀ ଦ୍ୱାରା ଚିରୁକୁଟି ବଣ୍ଟନ ସାଙ୍ଗକୁ ପୁଲିଂଙ୍ଗ କେନ୍ଦ୍ର କୁ ଆସିଥିବା ଅଧିକାରୀ ମାନଙ୍କ ସୁ ବନ୍ଦୋବସ୍ତ କରିବା ଉପରେ ଆଲୋଚନା ହୋଇଥିଲା l ଏହି କାର୍ଯ୍ୟକ୍ରମ କୁ ରାମନାଥ ପଟନାୟକ ସଂଯୋଜନା କରୁଥିବା ବେଳେ ନିର୍ବାହୀ ଯନ୍ତ୍ରୀ, କୃଷି ଅଧିକାରୀ, କାର୍ଯ୍ୟନିର୍ବାହୀ ଅଧିକାରୀ, ସହକାରୀ ଯନ୍ତ୍ରୀ, ସିଆରସିସି,ସମେତ ଅନ୍ୟ ଅଧିକାରୀ ମାନେ ଯୋଗ ଦେଇଥିଲେ l