ନୂଆପଡା ( ବିପ୍ଲବୀ ପରିକ୍ରମା ):- ଆଜି ଗଣତନ୍ତ୍ର ର ମହାନ୍ ପର୍ବ ନିର୍ବାଚନ କୁ ନୂଆପଡ଼ା ର ୪,୯୬,୩୧୧ ଜଣ ଭୋଟର ବହୁ ଉତ୍ସାହ ର ସହ ପାଲନ କରୁଥିବା ଦେଖିବାକୁ ମିଳିଛି । ସକାଳ ସାତଟା ସମୟରୁ ୬୦୪ ଗୋଟି ବୁଥ ରେ ମତଦାନ ଆରମ୍ଭ ହୋଇଯାଇଛି । ଜିଲ୍ଲା ପ୍ରଶାସନ ତରଫରୁ ନିର୍ବାଚନ କୁ ଅବାଧ ନିରପେକ୍ଷ ଓ ଶାନ୍ତିଶୃଙ୍ଖଳାର ସହ ସମାପନ କରିବା ପାଇଁ ବ୍ୟାପକ ବ୍ୟବସ୍ଥା କରିଥିବା ବେଳେ, ଭୋଟର ଙ୍କୁ ଆହୁରି ଉତ୍ସାହିତ କରିବା ପାଇଁ ୫୨ ଟି ସକ୍ଷୀ ବୁଥ କରାଯାଉଛି । ଦୁଇ ଗୋଟି ନିର୍ବାଚନ ମଣ୍ଡଳୀ ଖଡ଼ିଆଳ ଓ ନୂଆପଡ଼ା ରେ ୬୮ ଗୋଟି ସମ୍ବେଦନଶୀଳ ବୁଥ ପାଇଁ ବ୍ୟାପକ ମାତ୍ରାରେ ସୁରକ୍ଷା ବ୍ୟବସ୍ଥା କରାଯିବା ସଜ୍ ଭିନ୍ନକ୍ଷମାନ ଭୋଟର ମାନଙ୍କ ପାଇଁ ମଧ୍ୟ ଦୁଇ ଗୋଟି ବୁଥ ର ବ୍ୟବସ୍ଥା କରାଯାଉଛି ।
ଚଳିତ ନିର୍ବାଚନ ରେ ୧୩୪୯୯ ଯୁବ ଭୋଟର ରହିଥିବା ବେଳେ ସେମାନଙ୍କ ମଧ୍ୟରେ ମଧ୍ୟ ଉତ୍ସାହ ଦେଖିବାକୁ ମିଳିଛି । ଦୁଇ ଗୋଟି ନିର୍ବାଚନ ମଣ୍ଡଳୀ ରେ ସାତ ଜଣ ଲେଖାଏ ବିଧାୟକ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେଉଥିବା ବେଳେ ସାଂସଦ ପ୍ରାର୍ଥୀ ଙ୍କ ମଧ୍ୟ ଭାଗ୍ୟ ନିର୍ଦ୍ଧାରଣ ହେଉଛି । ବର୍ତ୍ତମାନ ଯାଏ କାଁଭାଁ କିଛି ସ୍ଥାନ ରେ ମତଦାନ ଟିକେ ବିଳମ୍ବ ହୋଇଥିଲେ ହେଁ ବର୍ତ୍ତମାନ ତାହା ସ୍ଵାଭାବିକ ଚାଲିଥିବା ସୂଚନା ମିଳିଛି । ନିଜ ଅଞ୍ଚଳ ର ବିକାଶ ସାଙ୍ଗ କୁ ରାଜ୍ୟ ତଥା ଦେଶର ସାମଗ୍ରିକ ବିକାଶ ପାଇଁ ନିଜ ନିଜ ପସନ୍ଦ ର ନେତା ଓ ଦଳ କୁ ଭୋଟ ଦେଇ ଖୁସିବ୍ୟକ୍ତ କରି ଜିଲ୍ଲା ପ୍ରଶାସନ ର ଆୟୋଜନ କୁ ପ୍ରଶଂସା କରିଛନ୍ତି ଭୋଟର ।