ପ୍ରକାଶ ପାଇଲା CBSE ଦ୍ୱାଦଶ ରେଜଲ୍ଟ

0
Oplus_131072

ବିପ୍ଲବୀ ପରିକ୍ରମା ବ୍ୟୁରୋ :- ପ୍ରକାଶ ପାଇଲା ସିବିଏସସି (CBSE) ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ । ଚଳିତ ବର୍ଷ ପାସ ହାର ବୃଦ୍ଧି ପାଇଛି । ୮୭. ୯୮ ପ୍ରତିଶତ ଛାତ୍ରଛାତ୍ରୀ ପରୀକ୍ଷାରେ ପାସ କରିଥିବା ବେଳେ ଗତ ବର୍ଷ ଅପେକ୍ଷା ଚଳିତ ବର୍ଷର ପାସ ହାର ୦.୬୫ ପ୍ରତିଶତ ବୃଦ୍ଧି ପାଇଛି । ଗତ ବର୍ଷ ଭଳି ଏଥର ବି ପୁଅଙ୍କୁ ପଛରେ ପକାଇ ବାଜିମାତ କରିଛନ୍ତି ଝିଅ । ୯୧ ପ୍ରତିଶତ ଛାତ୍ରୀ ପରୀକ୍ଷାରେ ବାଜିମାତ କରିଛନ୍ତି । CBSE ୱେବସାଇଟ୍‌ରେ ଏହି ରେଜଲ୍ଟ ଉପଲବ୍ଧ ରହିଛି ।କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୋମବାର ଦିନ ଚଳିତ ବର୍ଷର ଦ୍ବାଦଶ ଶ୍ରେଣୀ ରେଜଲ୍ଟ ପ୍ରକାଶ କରାଯାଇଛି । ଚଳିତ ବର୍ଷ ୧୮ହଜାର ୪୧୭ ସ୍କୁଲର ଛାତ୍ରଛାତ୍ରୀ ୭୧୨୬ ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇଥିଲେ । ତେବେ ୧୬ ଲକ୍ଷ ୩୩ ହଜାର ୭୩୦ ଛାତ୍ରଛାତ୍ରୀ ପରୀକ୍ଷା ଦେବା ପାଇଁ ପଞ୍ଜୀକୃତ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୬ ଲକ୍ଷ ୨୧ ହଜାର ୨୨୪ ଜଣ ପରୀକ୍ଷା ଦେଇଥିଲେ । ଏମାନଙ୍କ ମଧ୍ୟରେ ୧୪ ଲକ୍ଷ ୨୬ ହଜାର ୪୨୦ ଜଣ ପାସ କରିଛନ୍ତି । ୮୭. ୯୮ ପ୍ରତିଶତ ଛାତ୍ରଛାତ୍ରୀ ପରୀକ୍ଷାରେ ପାସ କରିଥିବା ବେଳେ ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ପାସ ହାର ୦.୬୫ ପ୍ରତିଶତ ବୃଦ୍ଧି ପାଇଛି ।

ତେବେ CBSE ୱେବସାଇଟ୍‌ରେ ରେଜଲ୍ଟ ଜାଣିବା ପାଇଁ ହେଲେ, ପରୀକ୍ଷାର୍ଥୀମାନେ ଅଫିସିଆଲ ଓ୍ବେବସାଇଟ ମାଧ୍ୟମରେ ରେଜଲ୍ଟ ଯାଞ୍ଚ ଓ ସ୍କୋରକାର୍ଡ ଡାଉନଲୋଡ କରିପାରିବେ ।

cbse.gov.in / cbseresults.nic.in / results.digitalocker.gov.in କିମ୍ବା umang.gov.in ମାଧ୍ୟମରେ ରେଜଲ୍ଟ ଯାଞ୍ଚ କରିପାରିବେ l

LEAVE A REPLY

Please enter your comment!
Please enter your name here