ଗଜପତି ଜିଲ୍ଲା ରେ ଗଡିବ ଲକ୍ଷ୍ମୀ ବସ

0

(ବିପ୍ଲବୀ ପରିକ୍ରମା ବ୍ୟୁରୋ);ବ୍ଲକ ମୁଖ୍ୟାଳୟରୁ ପ୍ରତି ପଞ୍ଚାୟତକୁ ଚାଲିଛି ମୋ ବସ । ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ସ୍କିମରେ ଗ୍ରାମାଞ୍ଚଳରେ ଗଡ଼ିଲା ମୋ ବସ ସେବା। ପ୍ରଥମ ଦିନରେ ଗଡିବ ୩୬ଟି ବସ ଆରମ୍ଭ ହୋଇଥିଲା । ସବୁଜ ପତାକା ଦେଖାଇ ଯୋଜନାର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମ ଜିଲ୍ଲା ଭାବେ ମାଲକାନଗିରି ଜିଲ୍ଲାରୁ ଏହି ସେବା ଆରମ୍ଭ ହୋଇଥିଲା । ତେବେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ଲକ୍ଷ୍ମୀ ଯୋଜନା ପାଇଁ ଆସି ପହଞ୍ଚିଲା 36 ଗୋଟି ବସ । ଆସନ୍ତା କାଲି ମୁଖ୍ୟମନ୍ତ୍ରୀ ଏହାର ଶୁଭାରମ୍ଭ କରିବେ ସେଥିମଧ୍ୟରୁ 4 ଗୋଟି ବସ ଏସି ବସ ହୋଇଥିବା ବେଳେ ଅନ୍ୟ 32 ଗୋଟି ବସ ବିନା ଏସି ବସ । ଗଜପତି ଜିଲ୍ଲାର ପ୍ରତି ଗାଁରୁ ଜିଲ୍ଲା ମୁଖ୍ୟାଳୟ ସହିତ ରାଜଧାନୀ ଭୁବନେଶ୍ୱର କୁଯୋଡ଼ି ହେବ ଏହି ବସ ସେବା । 4 ଗୋଟି ଏସି ବସ ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରୁ ବାହାରି ଭୁବନେଶ୍ୱର ଓ କଟକରେ ପହଞ୍ଚିବ ଓ ଅନ୍ୟ 32 ଟି ବସ ଗଜପତି ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ବାହାରି ଜିଲ୍ଲା ମୁଖ୍ୟାଳୟ ରେ ପହଞ୍ଚିବ ବୋଲି ଖବର ମିଳିଛି । ଲକ୍ଷ୍ମୀ ଯୋଜନା ପ୍ରଚଳନ ହେବା ପରେ ଗଜପତି ଜିଲ୍ଲାର 149 ଟି ପଞ୍ଚାୟତ ଲୋକ ଉପକୃତ ହେବେ । ଗଜପତି ଜିଲ୍ଲା ଏକ ଆଦିବାସୀ ବହୁଳ ଜିଲ୍ଲା ହୋଇଥିବା ବେଳେ ଏଠାରେ ଅନେକ ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଲୋକେ ବିଶେଷ କରି ଗୁମ୍ମା ବ୍ଲକ, ନୂଆଗଡ ବ୍ଲକ, ରାୟଗଡ଼ ବ୍ଲକ ଓ ରା. ଉଦୟଗିରି ବ୍ଲକର ଲୋକେ ଯାତାୟାତ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ଦେଖାଦେଇଛି। ଏହି ବସ ସେବା ଗଜପତି ଜିଲ୍ଲାରେ ଆରମ୍ଭ ହେବ ପରେ ପ୍ରତିଦିନ ଜିଲ୍ଲାର ବିଭିନ୍ନ ଅଂଚଳରୁ ଜିଲ୍ଲା ସଦରମହକୁମାକୁ ଯାତାୟାତ କରୁଥିବା ବିଭିନ୍ନ ଲୋକଙ୍କ ପାଇଁ ଯାତାୟତରେ ସୁବିଧା ହେବ ।

LEAVE A REPLY

Please enter your comment!
Please enter your name here