ଆସିକା ( ବିପ୍ଲବୀ ପରିକ୍ରମା ):- ରାଜ୍ୟ ବିଜୁ ଜନତା ଦଳ ଘୋଷଣା କରିଥିବା ଇସ୍ଥାହାର କୁ ନେଇ ଗାଁ ଗାଁ ରେ ଭୋଟର ମାନଙ୍କୁ କହି ଭୋଟ ପାଇଁ ନିବେଦନ କରୁଛନ୍ତି ବିଧାୟକ ପ୍ରାଥୀ ମଞ୍ଜୁଳା ସ୍ୱାଇଁ l ଓଡ଼ିଶାରେ ବିଜେଡି ସରକାର ଆସିବ l ନବୀନ ପଟନାୟକ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ l ଆପଣଂକ ଘର ମାନଂକୁ ବିଦ୍ୟୁତ ବିଲରେ ଛାଡ଼ ହେବା ସହ ମହିଳା ମାନଙ୍କୁ ଅଧିକ ଆତ୍ମନିଯୁକ୍ତି, ଚାଷୀ ର ଧାନର ମୂଲ୍ୟ ବୃଦ୍ଧି, ସମେତ ଅନେକ ଜନହିତକର ଯୋଜନା ରେ ଉପକୃତ ହେବେ ଅନେକ ଲୋକ l ତେଣୁ ମା, ମାଉସୀ, ଭାଇ, ଭଉଣୀ, ବାପା, ଦାଦା ଓ଼ ପୁଅ ଝିଅ ମାନେ ପାଞ୍ଚ ବର୍ଷକୁ ଥରେ ଆସିଥିବା ଏହି ସାଧାରଣ ନିର୍ବାଚନ ରେ ଦୁଇଟି ଭୋଟ ଶଙ୍ଖ ଚିହ୍ନ ରେ ଭୋଟ ଦେବା ପାଇଁ ଅନୁରୋଧ କରିଥିଲେ l
ଏହି ପ୍ରଚାର କାର୍ଯ୍ୟକ୍ରମ ରେ ଆସିକା ପଂଚାୟତ ସମିତି ଅଧକ୍ଷା ତ୍ରିବେଣୀ ନାହାକ,କବିସୂର୍ଯ୍ୟନଗର ପଂଚାୟତ ସମିତି ଅଧକ୍ଷା ଜ୍ୟୋତ୍ରୀମୟୀ ସ୍ୱାଇଁ,ଆସିକା ପଂଚାୟତ ସମିତି ଉପାଧ୍ୟକ୍ଷା ରେଶମା ଦୋରା,ଆୟୋଜିତ ପ୍ରଥପ୍ରାନ୍ତ ସଭାରେ ବିଜେଡି ବ୍ଲକ ସଭାପତି ରାଜେଶ ପଟନାୟକଙ୍କ ସଭାପତିତ୍ବ ରେ ବରିଷ୍ଠ ବିଜେଡି ନେତା ଭଗବାନ ସାହୁ, ଦଳର ରାଜ୍ୟ ଉପସଭାପତି ଦିଲ୍ଲୀପ ପାଣିଗ୍ରାହୀ, ଯୁବ ଛାତ୍ର ଦଳ ର ସଭାପତି ଶିବ ନାହାକ,ପୂର୍ଵତନ ପଂଚାୟତ ସମିତି ଅଧକ୍ଷ ହରେ କୃଷ୍ଣ ମଲ୍ଲିକ,ଜିଲ୍ଲା ପରିଷଦ ସଦସ୍ୟ ଵି. ମନୋଜ ଦୋରା, ଜିଲ୍ଲା ପରିଷଦ ସଦସ୍ୟା ତନ୍ମୟୀ ନାହାକ,ପ୍ରମୁଖ ଉପସ୍ଥିତ ରହି ଶଙ୍ଖ ଚି଼ହ୍ନ କୁ ଭୋଟ ମାଗିଥିଲେ l ଏହି ପ୍ରଚାର ରାଲି ରେ ଅନେକ ଯୁବ ଛାତ୍ର ମହିଳା ଯୋଗ ଦେଇଥିଲେ l ଏହା ପରେ କବିସୂର୍ଯ୍ୟନଗର ବ୍ଲକ ପାଇକଯମୁନା ଅଭିମୁଖେ ପ୍ରଚାର ପାଇଁ ଯାଇଥିଲେ l