ଆଜି ଓଡ଼ିଶା ଆସୁଛନ୍ତି ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ

0
Oplus_131072

ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ):- ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ରାଜ୍ୟରେ ବଢ଼ିଲାଣି ରାଜନୈତିକ ଉଷ୍ମତା । ବିଜେପି ଓ କଂଗ୍ରେସର କେନ୍ଦ୍ରୀୟ ନେତାଙ୍କ ଫୋକସରେ ରହିଛି ଓଡ଼ିଶା । ଏଥିପାଇଁ ଘନ ଘନ ଓଡ଼ିଶା ଗସ୍ତରେ ଆସୁଛନ୍ତି ଦୁଇ ଦଳର ଶୀର୍ଷ ନେତା । କଂଗ୍ରେସ ମଧ୍ୟ ଓଡ଼ିଶା ଉପରେ କିଛିମାତ୍ରାରେ ନଜର ପକାଇଥିବା ଦେଖିବାକୁ ମିଳୁଛି । ଜଣଙ୍କ ପରେ ଜଣେ ହାଇ ପ୍ରୋଫାଇଲ ନେତା ଓଡ଼ିଶାରେ ପ୍ରଚାର ମଙ୍ଗ ଧରି କଂଗ୍ରେସ ପାଇଁ ଭୋଟ ମାଗୁଛନ୍ତି । ଏହି କ୍ରମରେ ଗତକାଲି ରାହୁଲ ଗାନ୍ଧୀ ଆସି ଫେରିଥିବାବେଳେ ଆଜି ଆସୁଛନ୍ତି ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ ।

କଂଗ୍ରେସ ମିଡିଆ ସେଲ ଅଧ୍ୟକ୍ଷ ବିଶ୍ବରଞ୍ଜନ ମହାନ୍ତିଙ୍କ ସୂଚନା ମୁତାବକ ଆଜି (ଗୁରୁବାର) ଦିନ ୧୧.୩୦ ସମୟରେ ଭୁବନେଶ୍ବରରେ ପହଞ୍ଚିବେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ । ଭୁବନେଶ୍ବରରେ ଏକ ଘରୋଇ ହୋଟେଲରେ ସାମ୍ବାଦିକ ସମ୍ମିଳନୀରେ ଓଡିଶାବାସୀଙ୍କୁ କଂଗ୍ରେସର ଆଭିମୁଖ୍ୟ ବଖାଣିବା ସହ ମୋଦି ସରକାରଙ୍କ ବିଫଳତାକୁ ମଧ୍ୟ ସାମ୍ନାକୁ ଆଣିବେ । ଏହାପରେ ଅପରାହ୍ନରେ ଭୁବନେଶ୍ବରରୁ କନ୍ଧମାଳ ଯାଇ ପ୍ରଚାର ମୈଦାନରେ ସାମିଲ ହେବେ । କନ୍ଧମାଳରେ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ ଖଡ୍‌ଗେ । ପରେ ସନ୍ଧ୍ୟାରେ ଦିଲ୍ଲୀ ଫେରିଯିବେ । ଏହାପରେ ଖୁବଶୀଘ୍ର ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଖୁବଶୀଘ୍ର ଓଡ଼ିଶା ଆସିବା ନେଇ ଆଲୋଚନା ଚାଲିଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here