ଖଲ୍ଲିକୋଟରେ ରାଜନୈତିକ ହିଂସା, ପୋଷ୍ଟର ମାରିବାକୁ ନେଇ ବିଜେପି -ବିଜେଡି କର୍ମୀ ଙ୍କ ମଧ୍ୟରେ ହଣାହଣି, ଉଭୟ ପକ୍ଷର ୮ ଗୁରୁତର

0

ଖଲ୍ଲିକୋଟ ( ବିପ୍ଲବୀ ପରିକ୍ରମା ):- ପୋଷ୍ଟର ମାରିବାକୁ ନେଇ ବିଜେପି ଓ ବିଜେଡି କର୍ମୀଙ୍କ ମଧ୍ୟରେ ହଣାହାଣି ହୋଇ ଉଭୟ ପକ୍ଷର ୮ ଜଣ ଗୁରୁତର ଆହତ ହୋଇ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର ହୋଇଛନ୍ତି। ଖଲ୍ଲିକୋଟ ଥାନା ଅନ୍ତର୍ଗତ ଶ୍ରୀକୃଷ୍ଣ ଶରଣ ପୁର ଗ୍ରାମ ରେ ଆଜି ରାତିରେ ବିଜେପି କର୍ମୀ ମାନେ ବିଧାୟକ ପ୍ରାର୍ଥୀ ପୂର୍ଣ୍ଣ ଚନ୍ଦ୍ର ସେଠିଙ୍କ ପୋଷ୍ଟର ଲଗାଉଥିଲେ।ଜଣେ ବ୍ୟକ୍ତିଙ୍କ ଘର ଆଗରେ ବିଜେପି ପୋଷ୍ଟର ଲଗାଈବାରୁ ସେ ଏହାକୁ ବିରୋଧ କରିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା।କ୍ରମେ ଏହା ଉଗ୍ର ରୂପ ଧାରଣ କରିଥିଲା। ପରସ୍ପର ପରସ୍ପରଙ୍କ ଉପରେ ଖଣ୍ଡାରେ ଆକ୍ରମଣ କରିଥିଲେ।ଆକ୍ରମଣରେ ବିଜେପି ନେତା ରାମ ପାହାନଙ୍କ ଦୁଇ ପୁତ୍ର ଦିଲ୍ଲୀପ ପାହାନ ଓ ଜିତେନ୍ଦ୍ର ପାହାନ, ଦିଲ୍ଲୀପଙ୍କ ଶଳା ବାପୁଜୀ ପାହାନ ଏବଂ ସମ୍ପର୍କୀୟ ଦାଦା ଅଭି ପାହାନ ଗୁରୁତର ଆହତ ହୋଇଛନ୍ତି।

ଅନ୍ୟ ପକ୍ଷ ରେ ବିଜେଡି କର୍ମୀ ସୁଦର୍ଶନ ପାହାନ, କାର୍ତ୍ତିକ ପରିଡା, କାଳିଆ ପ୍ରଧାନ ଓ ଆଉ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି।କାହାର ହାତ, କାହାର ଗୋଡ଼ ଓ କାହାର ବେକକୁ ଖଣ୍ଡାରେ ହଣାଯାଇଛି।

LEAVE A REPLY

Please enter your comment!
Please enter your name here