ପ୍ରତିଶ୍ରୁତିର ବିଜୁଳି  : ତେଜିଲା ରାଜନୀତି : କାଉଣ୍ଟର କଲା ବିଜେପି 

0
Oplus_131072

ବିପ୍ଲବୀ ପରିକ୍ରମା ବ୍ୟୁରୋ :- ନିର୍ବାଚନ ବୈତରଣୀ ପାର ପାଇଁ ବିଜୁଳି ପାଲଟିଛି ବଡ଼ ମୁଦ୍ଦା । ରାଜ୍ୟବାସୀଙ୍କୁ ମାଗଣା ବିଜୁଳି ପ୍ରତିଶ୍ରୁତି ଦେଇ ମାଷ୍ଟର ଷ୍ଟ୍ରୋକ୍ ଖେଳିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଚାର ବେଳେ ଏବଂ ଭିଡିଓ ବାର୍ତା ଜରିଆରେ ଏହି ପ୍ରତିଶ୍ରୁତିକୁ ବାରମ୍ବାର ଦୋହରାବା ସହ ରାଜ୍ୟବାସୀଙ୍କ ସମର୍ଥନ ଲୋଡୁଛନ୍ତି । ସେପଟେ ଏହାକୁ ମିଛ ଇସ୍ତାହାର ପ୍ରତିଶ୍ରୁତି କହି ବିଜେଡିକୁ କାଉଂଟର କରିଛି ବିଜେପି । ମାଗଣାରେ କେତେ ବିଜୁଳି ମିଳିବ ବୋଲି ପ୍ରଶ୍ନ କରିଛି ଦଳ ।ମାଗଣା ବିଜୁଳି ନେଇ ଭିଡିଓ ବାର୍ତା ଜରିଆରେ ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ପ୍ରାୟ ୯୦ ପ୍ରତିଶତ ଲୋକଙ୍କ ପାଇଁ ସୁବିଧାରେ ଓ ମାଗଣାରେ ବିଜୁଳି ଯୋଗାଇଦେବା ପାଇଁ ନବୀନ ସରକାର ଇସ୍ତାହାର ଜରିଆରେ ପ୍ରତିଶ୍ରୁତି ଦେଇଛନ୍ତି । ଆଉ ନିର୍ବାଚନ ପ୍ରଚାର ପାଇଁ ଦେବଗଡ଼ ଯାଇଥିବା ନବୀନ, ସେଠୁ ଥାଇ ଭିଡିଓ ବାର୍ତା ଜାରି କରିଛନ୍ତି ।ମାସକୁ ୧୦୦ ୟୁନିଟ୍ରୁ କମ୍ ବିଜୁଳି ବ୍ୟବହାର କରୁଥିବା ପରିବାରକୁ ସଂପୂର୍ଣ୍ଣ ମାଗଣା> ୧୦୦ରୁ ୧୫୦ ୟୁନିଟ୍ ବ୍ୟବହାର କରୁଥିବା ପରିବାରବର୍ଗ ପାଇଁ ୫୦ ୟୁନିଟ୍ ରିହାତି ମିଳିବ > ଗ୍ରାମାଂଚଳରେ ବସବାସ କରୁଥିବା ପାଖାପାଖି ସମସ୍ତ ପରିବାର ଉପକୃତ ହେବେ> ସାରା ରାଜ୍ୟର ୯୦% ଜନତାଙ୍କୁ ଫଇଦା ହେବ>ଏପଟେ ବିଜେଡିର ମାଗଣା ବିଜୁଳି ପ୍ରତିଶ୍ରୁତିକୁ ନେଇ ପ୍ରଶ୍ନ ଉଠାଇଛି ବିଜେପି ।

ବିଜେଡିର ମାଗଣା ବିଜୁଳି ପ୍ରତିଶ୍ରୁତି ମିଛ ଇସ୍ତାହାର ବୋଲି ଅଭିଯୋଗ କରିଛନ୍ତି ପୂର୍ବତନ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି । ଅଭିଯୋଗର ଲମ୍ବା ଫର୍ଦ୍ଦ ରଖି କହିଛନ୍ତି-ଲୋକଙ୍କୁ ଭ୍ରମିତ କରି ବୋକା ବନାଇବା ପାଇଁ ବିଜେଡି ଉଦ୍ୟମ କରୁଛି> ଖରାଦିନେ ବିଜୁଳି ଚାହିଦା ବଢ଼ିବ, ସେହି ସମୟରେ କେତେ ମାଗଣା ବିଜୁଳି ଦେବେ? ବୋଲି ପ୍ରଶ୍ନ କରିଛନ୍ତି >ବଡ଼ କଥା ହେଉଛି, ଯେଉଁ ମାଗଣା ବିଜୁଳ ପ୍ରସଙ୍ଗରେ ବିଜେପି, ବିଜେଡି ଉପରେ ବର୍ଷିୁଛି, ସେଇ ମାଗଣା ବିଜୁଳି କଥା ବିଜେପି ମଧ୍ୟ ନିଜ ଇସ୍ତାହାରରେ ରଖିଛି । ଅବଶ୍ୟ, ତାହା ସୌରଶକ୍ତି । ପିଏମ୍ ସୂର୍ଯ୍ୟଘର ଯୋଜନାରେ ସୌରଶକ୍ତିର ବିଜୁଳି ଶକ୍ତିର ପ୍ରତିଶ୍ରୁତି ଦେଇଛି ବିଜେପି ।

LEAVE A REPLY

Please enter your comment!
Please enter your name here