(ବିପ୍ଲବୀ ପରିକ୍ରମା ବ୍ୟୁରୋ);ଭାରତୀୟ ରାଜନୀତିରେ ବଂଶବାଦ ଏକ ପୁରୁଣା କଥା। କିନ୍ତୁ ଭୋଟ ଆସିଲେ ନୂଆ ନୂଆ ମସଲା ଢାଳନ୍ତି ରାଜନୈତିକ ଦଳ। ଆଗକୁ ନିର୍ବାଚନ ଥିବାରୁ ଏବେ ପୁଣି ଜୋର ଧରିଲାଣି ଵଂଶବାଦ ରାଜନୀତି । କଥା କଥାରେ କଂଗ୍ରେସକୁ ନେଇ ବଂଶବାଦ ରାଜନୀତିର କଥା କହୁଥିବା ଭାଜପାକୁ କଡା ଟାର୍ଗେଟ କରିଛନ୍ତି କଂଗ୍ରେସ ସଂସଦ ରାହୁଲ ଗାନ୍ଧୀ । ବଂଶବାଦକୁ ନେଇ ରାହୁଲ ବିପକ୍ଷକୁ ପଚାରିଛନ୍ତି କଡା ପ୍ରଶ୍ନ । ସେ ସିଧା ସିଧା ନିଶାନ କରିଛନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତଶାହାଙ୍କୁ । ତାଙ୍କ ପୁଅ କଣ କରନ୍ତି ବୋଲି ପ୍ରଶ୍ନ କରିଛନ୍ତି ରାହୁଲ । ତେଣୁ ବିଜେପି ପ୍ରଥମେ ସେମାନଙ୍କ ନେତାଙ୍କୁ ଦେଖିବା ଉଚିତ ବୋଲି କହି ସିଧା ସଳଖ ଟାର୍ଗେଟ କରିଛନ୍ତି ରାହୁଲ । ସୂଚନାନୁସାରେ ମଙ୍ଗଳବାର ଦିନ ମିଜୋରାମରେ ନିର୍ବାଚନୀ ପ୍ରଚାରରେ ଭାଜପା ବିପକ୍ଷରେ ଏମିତି କିଛି କହି ଆଇନ ଦେଖାଇଥିଲେ ରାହୁଲ ଗାନ୍ଧୀ। ସେ କହିଛନ୍ତି ଶାହାଙ୍କ ପୁଅ ଜୟ ସହ ଏବେ କରୁଛନ୍ତି କଣ ? ସହ ଶାସକ ଦଳର ଜଣେ ବରିଷ୍ଠ ନେତା ମାତ୍ର ତାଙ୍କ ପୁଅ ରାଜନୈତିକ ଚାତ୍ରଛାୟା ତଳେ ରହିଛନ୍ତି। ଏଥିରୁ ଭାଜପାକୁ କେବଳ ଅନ୍ୟକୁ କହିବାର ପଣିଆ ସମ୍ପର୍କରେ ସ୍ପଷ୍ଟ ଜଣାପଡୁଛି । ଜୟ ସହ ବିସିସିଆଇ ସଚିବ ପାଦ ରେ ଅଛନ୍ତି ଏହା ସହିତ ସେ ଏସିଆନ କ୍ରିକେଟ କାଉନ୍ସିଲର ସଭାପତି ମଧ୍ୟ ଅଛନ୍ତି । ଶାହାଙ୍କ ପରି ରାଜନାଥ ସିଂ ଙ୍କ ପୁଅ ମଧ୍ୟ ପିତାଙ୍କ ପଦବୀର ଫାଇଦା ନେବାରେ ଲାଗିଛନ୍ତି ରଜନାଥଙ୍କ ପୁଅ ପଙ୍କଜ ସିଂ ଉତ୍ତରପ୍ରଦେଶରେ ଜଣେ ବିଧାୟକ । ସେହିପରି ଅନୁରାଗ ଠାକୁରଙ୍କ ବ୍ୟତୀତ ଅନ୍ୟ କେତକ ଲୋକ ଅଛନ୍ତି ଯେଉଁମାନେ ବଂଶବାଦ ରାଜନୀତିର ଉଦାହରଣ ବୋଲି କହିଛନ୍ତି ରାହୁଲ ଗାନ୍ଧୀ ।ବାସ୍ତବରେ ରାହୁଲଙ୍କୁ ପ୍ରଶ୍ନ କରାଯାଇଥିଲା କି ବିଜେପି ତାଙ୍କ ଉପରେ ବଂଶବାଦ ରାଜନୀତିର ଆରୋପ ଲଗାଉଛି ଯାହାର ଜବାବରେ ଏପରି ବର୍ଷିଛନ୍ତି ରହୂଲଗାନ୍ଧୀ।