ବିପ୍ଲବୀ ପରିକ୍ରମା ବ୍ୟୁରୋ :- ନିର୍ବାଚନ ପୂର୍ବରୁ ବିଜେଡିକୁ ବଡ଼ ଝଟକା l ଦଳ ଛାଡିଲେ ଦଳର ବରିଷ୍ଠ ନେତା ସମୀର ରଞ୍ଜନ ଦାସ l ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତପା ଦେଇଛନ୍ତି ସମୀର l ନିଜ ଇସ୍ତଫା ପତ୍ରକୁ ବିଜେଡି ସୁପ୍ରିମୋଙ୍କ ନିକଟକୁ ପଠାଇଛନ୍ତି ସମୀର l ସେ ଦଳ ଛାଡିଥିବା ନେଇ ଏକ ଭିଡିଓ ମାଧ୍ୟ୍ୟମରେ ସୂଚନା ଦେଇଛନ୍ତି l
୨୦୦୯,୨୦୧୪ ଏବଂ ୨୦୧୯ ରେ ନିମାପଡା ବିଧାୟକ ଭାବେ ବିଜୟ ଲାଭ କରି ବିଧାନସଭାକୁ ଆସିଥିବା ବିଜେଡି ର ଜଣେ ଟାଣୁଆ ନେତା ଦଳ ଛାଡିଛନ୍ତି l କିନ୍ତୁ ୨୦୨୪ ରେ ଦଳ ତାଙ୍କ ଉପରେ ଭରଷା ନ କରି ଦିଲ୍ଲୀପ ନାୟକ ଙ୍କୁ ଟିକେଟ ଦେବାରୁ ସମୀର ଅସନ୍ତୁଷ୍ଟ ହୋଇଥିଲେ l ଶେଷରେ ବାଧ୍ୟ ହୋଇ ଦଳ ଛାଡିଥିବା ଭିଡିଓ ମାଧ୍ୟମରେ ଜଣାଇଛନ୍ତି l ସେ ଦଳ ଛାଡିବାର କାରଣରେ କହିଛନ୍ତି ଯେ, ଦଳର ସୁପ୍ରିମୋ ମୋ ଉପରୁ ବିଶ୍ୱାସ ହରାଇଛନ୍ତି ତେଣୁ ବାଧ୍ୟ ହୋଇ ମୁଁ ଦଳ ଛାଡ଼ିଲି l ସମୀର ରଞ୍ଜନ ଦାସ ପୂର୍ବରୁ ଉଚ୍ଚ ଶିକ୍ଷା ମନ୍ତ୍ରୀ ଭାବେ ମଧ୍ୟ ନିଯୁକ୍ତି ହୋଇଥିଲେ l