ବିପ୍ଲବୀ ପରିକ୍ରମା ବ୍ୟୁରୋ :- ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ସରିଲା ପ୍ରଚାର ଯୁଦ୍ଧ, ଏବେ ଭାଗ୍ୟ ନିର୍ଦ୍ଧାରଣର ପାଳି । ଗଞ୍ଜାମ ଜିଲ୍ଲାର ଆସିକା ସମେତ ବଲାଙ୍ଗିର, ବରଗଡ଼, ସୁନ୍ଦରଗଡ଼ ଓ କନ୍ଧମାଳ ଲୋକସଭା ଏବଂ ଏହା ଅନ୍ତର୍ଗତ ୩୫ଟି ବିଧାନସଭା ଆସନରେ ସୋମବାର ପଡ଼ିବ ଭୋଟ୍ । ଶୃଙ୍ଖଳିତ ଭୋଟଗ୍ରହଣ ପାଇଁ ନିୟୋଜିତ ହୋଇଛନ୍ତି ମୋଟ୍ ୧୦୨ କଂପାନୀ କେନ୍ଦ୍ରୀୟ ସୁରକ୍ଷା ବଳ । ଅଶାନ୍ତ ଗଞ୍ଜାମ ଓ ମାଓ ପ୍ରଭାବିତ କନ୍ଧମାଳ ଜିଲ୍ଲାରେ ଅଧିକ ଫୋର୍ସ ମୁତୟନ ସହ ଏହାକୁ ସ୍ୱତନ୍ତ୍ର ଫୋକସ୍ କରିଛନ୍ତି ନିର୍ବାଚନ କମିଶନ । ୫ ଲୋକସଭା, ୩୫ ବିଧାନସଭା । ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଦିନକ ପରେ ହେବ ମତଦାନ । ମୋଟ୍ ୩୦୫ ଯୋଦ୍ଧାଙ୍କ ଭାଗ୍ୟର ହେବ ଫଇସଲା । ଏଥିପାଇଁ ବୁଥ୍ ମୁହାଁ ପୋଲିଂ ପାର୍ଟିଂ । ମାଓ ପ୍ରଭାବିତ କନ୍ଧମାଳ ଜିଲ୍ଲା ଫୁଲବାଣୀ । ଦୁର୍ଗମ ଅଞ୍ଚଳର ଭୋଟ କେନ୍ଦ୍ରଗୁଡ଼ିକୁ ଆଜିଠୁ ବାହାରିଯାଇଛନ୍ତି ପୋଲିଂ ଟିମ୍ । ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବାକୁ ଥିବା ଲୋକସଭା ଓ ବିଧାନସଭା ଆସନରେ ୨୦୧୯ ନିର୍ବାଚନ ଫଳାଫଳକୁ ଦେଖିଲେ ବିଜେଡିର ପଲା ଭାରି ରହିଛି । ମୋଟ ୩୫ ବିଧାନସଭା ଆସନରୁ ବିଜେଡି ଏକାକି ୨୬ ଆସନରେ ବିଜୟୀ ହୋଇଥିଲା । କଂଗ୍ରେସ ଓ ବିଜେପି ୪ଟି ଲେଖାଏଁ ଆସନରେ ବିଜୟୀ ହୋଇଥିଲା ।
ସେହିପରି ୫ ଲୋକସଭା ଆସନରୁ ବିଜେପି ୩ଟି ଆସନ ଜିଣିଥିବା ବେଳେ ବିଜେଡି ୨ଟି ଆସନରେ ବିଜୟୀ ହୋଇଥିଲା । ଏହି ପର୍ଯ୍ୟାୟରେ ବହୁ ହେଭିେଓକ୍ୱଟ ଭାଗ୍ୟ ପରୀକ୍ଷା କରୁଥିଲେ ମଧ୍ୟ ୧୩ଜଣ ହେଭିୱେଟଙ୍କ ଉପରେ ସମସ୍ତଙ୍କ ନଜର ରହିଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୨ଟି ଆସନ ହିଞ୍ଜିିଳି ଓ କଣ୍ଟାବାଞ୍ଜିରେ ଆସନ୍ତାକାଲି ଭୋଟ ପଡିବାକୁ ଯାଉଛି । ଖାସ କରି ଏହି ଦୁଇ ଆସନ ଉପରେ ସମସ୍ତଙ୍କନଜର ରହିଛି l ଅପେକ୍ଷା, ଆସନ୍ତା ସୋମବାରକୁ, ଯେଉଁଦିନ ୪୦ ସାଂସଦ ପ୍ରାର୍ଥୀ ଏବଂ ୨୬୫ ବିଧାନସଭା ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଜନତା ଜନାର୍ଦ୍ଦନ ।