ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାର ଫଳସ୍ୱରୂପ ଆଜି ରାତି ଭିତରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଲଘୁଚାପଟି ଉତ୍ତର-ପୂର୍ବ ଦିଗକୁ ଗତି କରିବା ସହିତ ୨୪ ତାରିଖରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତରେ ରୂପ ନେବ । ପରେ ଘନୀଭୂତ ହୋଇ ଉତ୍ତର-ପୂର୍ବ ଦିଗକୁ ଗତି କରିବାର ସମ୍ଭାବନା ରହିଛି । ବଙ୍ଗୋପସାଗରରୁ ଆସୁଛି ଲଘୁଚାପ । ପ୍ରଭାବରେ ୨୧ ତାରିଖ ଅର୍ଥାତ କାଲିଠାରୁ ସମୁଦ୍ର ଅଶାନ୍ତ ହେବା ଆରମ୍ଭ ହୋଇଛି । ଆଜି ଲଘୁଚାପ ସୃଷ୍ଟି ହେବ । ୨୩ ତାରିଖରୁ ଦକ୍ଷିଣ ଏବଂ କେନ୍ଦ୍ରୀୟ ବଙ୍ଗୋପସାଗରକୁ ମତ୍ସ୍ୟଜୀବୀଙ୍କୁ ଯିବାକୁ ବାରଣ କରିଛି ପାଣିପାଗ ବିଭାଗ । ସେହିପରି ୨୪ ତାରିଖରେ ଏହା ଅବପାତର ରୂପ ନେବାର ସମ୍ଭାବନା ରହିଛି । ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
ଏହି ସମୟରେ ସମୁଦ୍ର ମୁଖ୍ୟତଃ ଅଶାନ୍ତ ରହିବ । ଏଥିପାଇଁ ମସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ । ଅନ୍ୟପଟେ ବାତ୍ୟା ନେଇ ପାଣିପାଗ ବିଭାଗ ପକ୍ଷରୁ କୌଣସି ଆକଳନ କରାଯାଇନାହିଁ । ବାତ୍ୟା ନୁହେଁ ଲଘୁଚାପ କେବଳ ଅବପାତର ରୂପ ନେବା ନେଇ ସ୍ପଷ୍ଟ କରିଛି ପାଣିପାଗ ବିଭାଗ ।