ଗୁଣି ସନ୍ଦେହରେ ଆକ୍ରମଣ, ଭୟରେ ଗାଁ ଛାଡ଼ିଲେ ଗୋଟିଏ ପରିବାର, ଥାନାରେ ଅଭିଯୋଗ

0
Oplus_131072

ଗଜପତି ( ବିପ୍ଲବୀ ପରିକ୍ରମା ):- ଗୁଣି ସନ୍ଦେହରେ ଆକ୍ରମଣ କରିଥିଲେ ଗାଁ ଲୋକେ l ଏଥିପାଇଁ ଭୟରେ ଗାଁ ଛାଡିଛନ୍ତି ଗୋଟିଏ ପରିବାର l ଏନେଇ ଥାନାରେ ଅଭିଯୋଗ କରିଛନ୍ତି ପୀଡିତ ପରିବାର l ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ଅଡବା ଥାନା ରlଜଖମl ଗାଁରେ l ଗତ କିଛି ବର୍ଷ ହେଲା ଗାଁର ସନ୍ୟାସୀ ଦଳପତିଙ୍କ ପରିବାର କୁ ଗୁଣି ସନ୍ଦେହ କରୁଛନ୍ତି ଗାଁ ଲୋକେ l ଗାଁ କେହି ରୋଗରେ ପଡ଼ିଲେ ସେ ହିଁ କରିଛି ବୋଲି ତାଙ୍କୁ ଆକ୍ଷେପ କରୁଥିଲେ l ଗତ 17 ତାରିଖ ରାତି ପ୍ରାୟ 8 ଟାରେ ଅଚାନକ ଗାଁର କିଛି ଲୋକ ଠେଙ୍ଗା ବାଡି ଧରି ତାଙ୍କ ଘର ଆଗରେ ପାଟିତୁଣ୍ଡ କରିଥିଲେ l ଏପରିକି ତାଙ୍କ 8 ବର୍ଷର ଝିଅକୁ ମଧ୍ୟ ମାରଧର କରିଥିଲେ l

ତେଣୁ ଭୟରେ ତାଙ୍କ ପରିବାର ଗାଁ ଛାଡ଼ି ପଳାଇ ଆସିବା ସହ ଅଡବା ଥାନାରେ ଏନେଇ ଲିଖିତ ଅଭିଯୋଗ କରିଛନ୍ତି ସନ୍ନ୍ୟାସୀ l ତାଙ୍କ ପରିବାର ର ଜିବନ ପ୍ରତି ବିପଦ ଥିବାରୁ ଏବେ ତାଙ୍କ ବାପା, ସ୍ତ୍ରୀ ଓ ଦୁଇ ଝିଅ କୁ ନେଇ ଅଡବା ନିକଟସ୍ଥ ପଦlଗାଁ ରେ ଏକ ଭଡ଼ା ଘରେ ରହୁଛନ୍ତି l ତେଣୁ ତୁରନ୍ତ ତାଙ୍କ ପରିବାର କୁ ନ୍ୟାୟ ପାଇଁ ଗୁହାରି କରିଛନ୍ତି ସନ୍ନ୍ୟାସୀ l ଅନ୍ୟ ପକ୍ଷରେ ଅଡବା ଥାନାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା କହିଛନ୍ତି ଅଡବା ଥାନା ଅଧିକାରୀ l

 

LEAVE A REPLY

Please enter your comment!
Please enter your name here