୨୬ରେ ଭୀଷଣ ବାତ୍ୟା! ଓଡ଼ିଶା ଉପରେ ପଡ଼ିବନି ପ୍ରଭାବ!

0
Oplus_131072

ବିପ୍ଲବୀ ପରିକ୍ରମା ବ୍ୟୁରୋ :-:ସମ୍ଭାବ୍ୟ ବାତ୍ୟାର ଗତିପଥ ସାମ୍ନାକୁ ଆସିଛି । ଆଶ୍ୱସ୍ତିର କଥା ହେଉଛି ପାଣିପାଗ ବିଭାଗ କହିଛି ଓଡିଶା ଉପରେ ଏହାର ପ୍ରଭାବ ପଡିବ ନାହିଁ । କିନ୍ତୁ ୨୬ ତାରିଖ ବେଳକୁ ଏହା ଭୀଷଣ ବାତ୍ୟାର ରୂପ ନେଇପାରେ । ବାତ୍ୟା ସୃଷ୍ଟି ହେବା ପରେ ଏହାର ନା ରେମାଲ ରହିବ । ଓଡିଶା ଉପକୂଳ ଠାରୁ ଅନେକ ଦୂରରେ ବାତ୍ୟା ରେମାଲ ଗତି କରିବ । ପ୍ରଭାବରେ ୨୪ରୁ ୨୬ ତାରିଖ ରାତି ଯାଏଁ ଉପକୂଳ ଓ ଉତର ଉପକୂଳ ଓଡିଶାରେ ବର୍ଷା ଆଶଙ୍କା ରହିଛି । ଏହା କେଉଁ ଦିଗରେ ଗତି କରି କେଉଁଠିକୁ ଯିବ, ବାତ୍ୟାର ଗତିପଥ ଦେଇଛି ଭାରତୀୟ ପାଣିପାଗ ବିଭାଗ । ୨୬ ତାରିଖ ସଂଧ୍ୟା ସୁଦ୍ଧା ଏହା ଭୀଷଣ ବାତ୍ୟାର ରୂପ ନେଇ ବାଂଲାଦେଶ ପାଶ୍ୱବର୍ତୀ ପଶ୍ଚିମବଙ୍ଗ ଉପକୂଳ ପାଖାପାଖି ସମୁଦ୍ର ମଧ୍ୟରେ ପହଁଚିବାର ସମ୍ଭାବନା ରହିଛି ।

ଓଡ଼ିଶା ଉପକୂଳଠାରୁ ଅନେକ ଦୂରରେ ବାତ୍ୟା ‘ରେମାଲ’ ଗତି କରିବ ବୋଲି ପୂର୍ବନୁମାନ କରାଯାଇଛି । ତେଣୁ ଓଡ଼ିଶାରେ ଏହାର ସିଧାସଳଖ ପ୍ରଭାବ ପଡ଼ିବ ନାହଁ ବୋଲି ଆକଳନ କରାଯାଇଛି । ଆସନ୍ତା ୨୭ ତାରିଖ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା ହୋଇଛି l ବାତ୍ୟା ପ୍ରଭାବରେ ୨୪ ତାରିଖ ରାତିରୁ ୨୬ ତାରିଖ ରାତି ଯାଏଁ ଉପକୂଳ ଓ ଉତ୍ତର ଉପକୂଳ ଓଡ଼ିଶାରେ ବର୍ଷା ଆଶଙ୍କା ରହିଛି l ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଜିଲ୍ଲାର କିଛି ଅଂଚଳରେ ଅତି ପ୍ରବଳ ବର୍ଷା ଆଶଙ୍କା l

LEAVE A REPLY

Please enter your comment!
Please enter your name here