ମେ’ ରେ ଛୁଇଁବ ମୌସୁମୀ

0
Oplus_131072

ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଆସନ୍ତା ୪ ଦିନ ଅର୍ଥାତ୍‌ ମେ’ ୩୧ ମଧ୍ୟରେ ‌ମୌସୁମୀ ଭାରତ ଭୂଖଣ୍ଡରେ ପ୍ରବେଶ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ପୂର୍ବାନୁମାନ କରିଛି। ଏଥିସହ ଚଳିତ ମୌସୁମୀ ଋତୁରେ ସାରା ଦେଶରେ ସ୍ବାଭାବିକ ବର୍ଷା ହେବା ନେଇ ଆକଳନ କରାଯାଇଛି। ଆଇଏମ୍‌ଡି ପକ୍ଷରୁ କୁହାଯାଇଛି ଯେ ଜୁନ୍‌ରୁ ସେ‌ପ୍ଟେମ୍ବର ମାସ ମଧ୍ୟରେ ଉତ୍ତର ପୂର୍ବ ରାଜ୍ୟଗୁଡ଼ିକରେ ମୌସୁମୀ ବର୍ଷା ସ୍ବାଭାବିକଠାରୁ ତଳେ ରହିବ। ଅର୍ଥାତ୍‌ ୯୪%ରୁ କମ୍‌ ବର୍ଷା ହେବାର ସମ୍ଭାବନା ରହିଛି। ଉତ୍ତର-ପଶ୍ଚିମ ଭାରତରେ ମୌସୁମୀ ସମୟରେ ସ୍ବାଭାବିକ ବର୍ଷା ୯୨%ରୁ ୧୦୮% ହୋଇପାରେ। ତେବେ କେନ୍ଦ୍ରୀୟ ଓ ଦକ୍ଷିଣ ଭାରତରେ ସ୍ବାଭାବିକଠାରୁ ଅଧିକ ବର୍ଷା ଅର୍ଥାତ୍‌ ୧୦୬%ରୁ ଅଧିକ ବର୍ଷା ହେବ lମୌସୁମୀର ଆକଳନ ଅନୁଯାୟୀ, ଏଥର କୃଷି କାର୍ଯ୍ୟ ହେଉଥିବା ରାଜ୍ୟଗୁଡ଼ିକରେ ସ୍ବାଭାବିକଠାରୁ ଅଧିକ ବର୍ଷା ହେବ।

ଓଡ଼ିଶା ସମେତ ଛତିଶଗଡ଼, ମଧ୍ୟପ୍ରଦେଶ, ଗୁଜୁରାଟ, ରାଜସ୍ଥାନରେ ସ୍ବାଭାବିକଠାରୁ ଅଧିକ ବର୍ଷା ହୋଇପାରେ। ତେବେ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଉତ୍ତରପ୍ର‌ଦେଶ, ବିହାର, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ମହାରାଷ୍ଟ୍ରର କିଛି ଅଂଶରେ ମୌସୁମୀ ସମୟରେ ସ୍ବାଭାବିକଠାରୁ ଅଧିକ ବର୍ଷା ହେବ। ଜୁନ୍‌ ମାସରେ ସାରା ଦେଶରେ ମୌସୁମୀ ବର୍ଷା ସ୍ବାଭାବିକ ରହିବ। ଆସନ୍ତା ୩ରୁ ୪ ଦିନ ମଧ୍ୟରେ ସର୍ବୋଚ୍ଚ ତାପମାତ୍ରା ୩ ରୁ ୫ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଏହାପରେ ତାପମାତ୍ରାରେ ବିଶେଷ ଫରକ ଦେଖିବାକୁ ମିଳିବ ନାହିଁ।

LEAVE A REPLY

Please enter your comment!
Please enter your name here