ସରସକଣା ( ବିପ୍ଲବୀ ପରିକ୍ରମା ):- ଛାତ୍ର ଜୀବନରୁ ସମାଜ,ଜାତି,ଧର୍ମ, ଅବହେଳିତ, ଦୁଃଖି ଦରିଦ୍ରର ବିକାଶ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରି ଦେଇଥିବା ମୟୂରଭଞ୍ଜର ପୁର୍ବତନ ସାଂସଦ ଓ ବିଧାୟକ ରାମଚନ୍ଦ୍ର ହାଂସଦା ମୟୂରଭଞ୍ଜର ବିକାଶ ଓ ଉନ୍ନତି ପାଇଁ ବହୁକାର୍ଯ୍ୟ କରିଛନ୍ତି, ଓ ବିଭିନ୍ନ ସଙ୍ଗଠନ ମାଧ୍ୟମରେ ଏବେ ମଧ୍ୟ ବିକାଶର ପ୍ରୟାସ ଜାରି ରଖିଛନ୍ତି। ହେଲେ ଚଳିତ ୨୦୨୪ ସାଧାରଣ ନିର୍ବାଚନରେ ନିଜେ ପ୍ରତିଦ୍ବନ୍ଦ୍ବିତା ନକରି ସାରସକଣା ବାସିନ୍ଦା ଙ୍କ ପ୍ରଗତି ଓ ଆଦିବାସୀଙ୍କର ଉନ୍ନତି ସହିତ ସୁରକ୍ଷା ପାଇଁ ଇ° ରାମଚନ୍ଦ୍ର ହାଁସଦା ସମେତ ତାଙ୍କ ଆର୍ଦଶରେ ଅନୁପ୍ରାଣିତ ଥିବା ଶତାଧିକ ରାମ ସେନା ବାହିନୀ ସୋମବାର ସାରସକଣା ବିଜେଡି ବିଧାୟକ ପ୍ରାର୍ଥୀ ଡ଼ଃ ଦେବାଶିଷ ମାରାଣ୍ଡିଙ୍କୁ ସମର୍ଥନ କରିଛନ୍ତି।
ସାରସକଣା ନିର୍ବାଚନ ମଣ୍ଡଳୀର ବିଶୋଇ ବ୍ଲକ୍ ସ୍ଥିତ ଦିଶମ ଜାହେର ଠାରେ ଇଂ ରାମଚନ୍ଦ୍ର ହାଂସଦା ସାରସକଣା ନିର୍ବାଚନ ମଣ୍ଡଳୀର ସାରସକଣା , ବିଶୋଇ,ବିଜାତଳା ଓ କୁସୁମୀ ବ୍ଲକର ନିଜର ପାଞ୍ଚ ଶହରୁ ଉର୍ଦ୍ଧ୍ବ ସମର୍ଥକଙ୍କ ସହିତ ଆଲୋଚନା କରିବା ସହିତ, ଦେବାଶିଷ ମାରାଣ୍ଡିଙ୍କ ଉପସ୍ଥିତିରେ ଦେବାଶିଷଙ୍କୁ ସମର୍ଥନ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି। ଅନ୍ୟପଟେ ବିଜେଡ଼ି ପ୍ରାର୍ଥୀ ଡଃ ଦେବାଶିଷ ମାର୍ଣ୍ଡୀ ମଧ୍ୟ ପ୍ରାକ୍ତନ ସାଂସଦ ଇଂ ରାମଚନ୍ଦ୍ର ହାଁସଦା ସମେତ ଶତାଧିକ ରାମ ସେନା ବାହିନୀ ଙ୍କୁ ସମର୍ଥନ ପାଇଁ ହୃଦୟ ସହିତ ଧନ୍ୟବାଦ ଓ କୃତଜ୍ଞତା ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଶୋଇ,ବିଜାତଳା, ସାରସକଣା ଓ କୁସୁମୀ ବ୍ଲକ ସହିତ ବିଭିନ୍ନ ଅଞ୍ଚଳର ବହୁ ରାମ ସେନାର ସଦସ୍ୟ ଉପସ୍ଥିତ ହୋଇଥିଲେ।