ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ):- ବିଜେପିର ଘନଘନ ଟାର୍ଗେଟ୍ ପରେ ମୁହଁ ଖୋଲିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜାତୀୟ ଗଣମାଧ୍ୟମ ସଂସ୍ଥା ANIକୁ ସାକ୍ଷାତକାର ଦେଇ ଅନେକ କଥାର ଖୁଲାସା କରିଛନ୍ତି ନବୀନ। ନିଜର ସ୍ୱାସ୍ଥ୍ୟାବସ୍ଥା ଠିକ୍ ଥିବା କହିବା ସହ ଉତ୍ତରାଧିକାରୀ ନେଇ ଦେଇଛନ୍ତି ବଡ଼ ବୟାନ। ଭି.କେ.ପାଣ୍ଡିଆନ ତାଙ୍କ ଉତ୍ତରାଧିକାରୀ ନୁହଁନ୍ତି ବୋଲି ସେ ସ୍ପଷ୍ଟ କରିଛନ୍ତି । ମୋ ଉତ୍ତରାଧିକାରୀ ଲୋକ ସ୍ଥିର କରିବେ ବୋଲି ନବୀନ କହିଛନ୍ତି।
ପର୍ଯ୍ୟାୟ ନିର୍ବାଚନ ବାକି ଥିବା ବେଳେ ଏଥିପାଇଁ ରାଜ୍ୟରେ ଅନ୍ତିମ ପର୍ଯାୟ ନିର୍ବାଚନ ବାକିଥିବା ବେଳେ ଏଥିପାଇଁ ପ୍ରାଣମୂର୍ଚ୍ଛା ପ୍ରଚାରଚଳାଇଛନ୍ତି ଉଭୟ ଶାସକ ଓ ବିରୋଧୀ ଦଳ। ଏହାରି ଭିତରେ ବିଜେପିର ହେଭିୱେଟ୍ ଘନଘନ ଓଡ଼ିଶା ଗସ୍ତରେ ଆସି ବିଜେଡି ସୁପ୍ରିମୋଙ୍କୁ ପ୍ରଶ୍ନବାଣରେ ଘାଇଲା କରିଛନ୍ତି। ମୁଖ୍ୟମନ୍ତ୍ରୀ ସୁସ୍ଥ ନଥିବା କହିବା ସହ ଏହା ପଛରେ କାହାର ଷଡଯନ୍ତ୍ର ଅଛି ବୋଲି ପ୍ରଶ୍ନ କରିଥିଲେ ପ୍ରଧାନମନ୍ତ୍ରୀ।
ତେବେ ଗତକାଲି ପ୍ରେସ୍ମିଟ୍ କରି ସୁସ୍ଥ ଥିବା କହିଥିଲେ ମୁଖ୍ୟମନ୍ତ୍ରୀ। ଆଜି ANIକୁ ସାକ୍ଷାତକାର ଦେବା ସହ ଅନେକ ପ୍ରଶ୍ନର ଉତ୍ତର ରଖିଛନ୍ତି ନବୀନ ପଟ୍ଟନାୟକ। ମୋ ସ୍ବାସ୍ଥ୍ୟକୁ ନେଇ ଗୁଜବ ପ୍ରଚାର ଚାଲିଛି। ସାରା ରାଜ୍ଯରେ ମୁଁ ନିର୍ବାଚନ ପ୍ରଚାର କରୁଛି। ମୋ ସ୍ବାସ୍ଥ୍ୟ ଖରାପ ଥିଲେ ମୁଁ ଏତେ ଖରାରେ ପ୍ରଚାର କରି ନ ଥାନ୍ତି। ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି। ଗୁଜବ ସୃଷ୍ଟିର କାରଣ ଖୋଜିବାକୁ କମିଟି ଗଠନ ହେଉ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି l