ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ):- – ବିଜେପି ସାଂସଦ ପ୍ରଦୀପ ପାଣିଗ୍ରାହୀଙ୍କୁ ମାଡ଼ ମାରିବା ଘଟଣା I ଗୋଶାଣୀ ନୂଆଗାଁ ପୋଲିସକୁ ତଥ୍ୟ ମାଗିଛନ୍ତି ହାଇକୋର୍ଟ I ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଦିନ ସନ୍ଧ୍ୟା ସମୟରେ ବ୍ରହ୍ମପୁର ସ୍ୱାଧୀନ ବିଧାୟକ ପ୍ରାର୍ଥୀ ଶିବଶଙ୍କର ଦାସଙ୍କ ସହିତ ବ୍ରହ୍ମପୁର ବିଜେପି ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କର ହାତାହାତି ହୋଇଥିଲା I ଏହି ଘଟଣାରେ ଶିବଶଙ୍କର ଦାସଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ଗୋଶାଣୀ ନୂଆଗାଁ ପୋଲିସ I ତେବେ ଶିବଶଙ୍କର ଦାସଙ୍କର ସମ୍ପୂର୍ଣ୍ଣ ତଥ୍ୟ ଦେବାକୁ ଗୋଶାଣୀ ନୂଆଗାଁ ପୋଲିସକୁ ନିର୍ଦେଶ ଦେଇଛନ୍ତି ହାଇକୋର୍ଟ I