ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ଥାନା ପକ୍ଷରୁ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ

0
Oplus_131072

ରାୟଗଡା ( ବିପ୍ଲବୀ ପରିକ୍ରମା ):- ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ଥାନା ପକ୍ଷରୁ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଗୁଣୁପୁର ରକ୍ତ ଭଣ୍ଡାର ର ଡାକ୍ତର ଟେକ୍ ନିସିୟନ ପ୍ରମୁଖ ଯୋଗଦେଇ ୩୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ଏହି ଶିବିର କାର୍ଯ୍ୟକ୍ରମ ରେ ଗୁଣୁପୁର ଏସ୍ ଡି ପି ଓ ବାବୁଲି ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ସ୍ଥାନୀୟ ତହସିଲଦାର ଏ , ସ୍ନେହଲତା ଯୋଗଦେଇ ଶିବିର ର ଶୁଭ ଉଦ୍ ଘାଟନ କରିଥିଲେ । ଏହି ଶିବିରରେ ଆଇ,ଆଇ,ସି , ସମର୍ପିତା ସ୍ୱାଇଁ ଏ , ଏସ୍ ,ଇ ,ସ୍ଵାମ ସୁନ୍ଦର ଏ, ଏସ୍, ଇ, ବସନ୍ତ କୁମାର ବେହୁରୀ ଏବଂ ସମସ୍ତ କର୍ମଚାରୀ ଉପସ୍ଥିତି ରହି ରକ୍ତଦାତାଙ୍କୁ ଉତ୍ସାହିତ କରି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l

LEAVE A REPLY

Please enter your comment!
Please enter your name here