ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଲୋକସଭା ନିର୍ବାଚନ ୨୦୨୪ ର ଚୂଡ଼ାନ୍ତ ପର୍ଯ୍ୟାୟରେ ଆଜି ୮ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ମୋଟ୍ ୫୭ଟି ଆସନରେ ଭୋଟ୍ ଗ୍ରହଣ ହେଉଛି । ବିହାର, ଚଣ୍ଡିଗଡ଼, ହିମାଚଳପ୍ରଦେଶ, ଝାଡ଼ଖଣ୍ଡ, ଓଡ଼ିଶା, ପଂଜାବ, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗରେ ୫୭ ଲୋକସଭା ଆସନ ସହ ଓଡ଼ିଶାର ୪୨ ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ ଆଜି ହେବ । ୧୦.୦୬ କୋଟିରୁ ଅଧିକ ଭୋଟର ଏହି ପର୍ଯ୍ୟାୟରେ ୧.୦୯ ଲକ୍ଷ ଭୋଟିଂ ବୁଥ୍ରେ ମୋଟ ୯୦୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ଭୋଟରଙ୍କ ମଧ୍ୟରେ ୫.୪୨ କୋଟି ପୁରୁଷ ଥିବାବେଳେ ୪.୮୨ କୋଟି ମହିଳା ଏବଂ ୩୫୭୪ ଜଣ ତୃତୀୟ ଲିଙ୍ଗୀ ଅଛନ୍ତି। ଅନ୍ତିମ ପର୍ଯ୍ୟାୟରେ ଉତ୍ତରପ୍ରଦେଶ ଏବଂ ପଂଜାବରେ ୧୩ ଲେଖାଏଁ ଆସନ, ବିହରରେ ୮, ଓଡ଼ିଶାରେ ୬, ହିମାଚଳପ୍ରଦେଶରେ ୪, ଝାଡ଼ଖଣ୍ଡରେ ୩ ଏବଂ ଚଣ୍ଡୀଗଡ଼ରେ ଗୋଟିଏ ଆସନରେ ଶେଷ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବ।