ଏତେ ବଡ଼ ଅଘଟଣ ଘଟିଲା ହେଲେ କାର୍ଯ୍ୟାନୁଷ୍ଠାନ କାହିଁ : ବାଣ ବିସ୍ଫୋରଣ ଘଟଣାରେ କିଏ ହେବେ ଉତ୍ତରଦାୟୀ

0
Oplus_131072

ପୁରୀ ( ବିପ୍ଲବୀ ପରିକ୍ରମା ):- ପୁରୀ ନରେନ୍ଦ୍ର ପୋଖରୀ ବାଣ ବିସ୍ଫୋରଣରେ ମୃତକଙ୍କ ସଂଖ୍ୟା ୬ରେ ପହଂଚିଛି । ତେବେ ଜଣେ ପରେ ଜଣେ ଆହତଙ୍କ ମୃତ୍ୟୁର ଖବର ପହଂଚିବା ପରେ ଯେମିତି ସ୍ତବ୍ଧ ହୋଇଯାଉଛି ସାରା ଅଂଚଳ ।ଶୋକାକୂଳ ପରିବେଶ । ଭିଜିଲା ଆଖି, ସୁଖିଲା ମୁହଁ । କେଉଁ ଅବେଳା, ଡାକି ଆଣିଥିବା ଅଘଟଣ, ସମଗ୍ର ଅଂଚଳକୁ ସ୍ତବ୍ଧ କରି ଦେଇଛି । ଗୋଟିଏ ପରେ ଗୋଟିଏ ମୃତ୍ୟୁର ଖବର ଆସୁଛି । କିଏ କୁନି ଝିଅକୁ ହରାଇଛି, ତ ଆଉ କିଏ ବଢ଼ିଲା ପୁଅ ହରାଇଛି । ପୁରୀ ଦେବୀଘାଟ ଓ ଖଣ୍ଡିଆବନ୍ଧ ଅଂଚଳରେ ଯେମିତି ୨ ଦିନ ହେଲାଣି କାହା ପେଟକୁ ଦାନା ଯାଇନି । ଆଖି ବୁଜି ଦେଇଥିବା ପିଲାଙ୍କ କଥା ବାହୁନି ବାହୁନି କେବଳ ଲୁହ ଗଡୁଛି । ବାଣ ବିସ୍ଫୋରଣ ଘଟଣାରେ କୁମ୍ଭାରପଡ଼ା ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଅଘଟଣର କାରଣ ଖୋଜୁଛି ପୁଲିସ୍ ।

ଅନ୍ୟପଟେ ପୁରୀ, ଭୁବନେଶ୍ୱର ଓ କଟକର ବିଭିନ୍ନ ହସ୍ପିଟାଲରେ ଏବେ ବି ପ୍ରାୟ ୨୪ ଜଣଙ୍କର ଚିକିତ୍ସା ଚାଲିଛି । ଆହତମାନଙ୍କର ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ସେହିପରି ଘଟଣାର ପୁନରାବୃତି ଯେମିତି ନହେବ, ସେଥିପାଇଁ ସଜାଗ ରହିବାକୁ ପ୍ରଶାସନ ତତ୍ପର ରହିଛି ବୋଲି ସୂଚନା ଦିଆଯାଇଛି । ସେପଟେ ଜାତୀୟ ମାନବାଧିକାର କମିଶନରେ ମାମଲା ରୁଜୁ । ପ୍ରତ୍ୟେକ କ୍ଷତିଗ୍ରସ୍ତଙ୍କୁ ୩୦ଲକ୍ଷ ଟଙ୍କାର ସହାୟତା ଓ ଅନ୍ୟାନ ସୁବିଧା ଯୋଗାଇଦେବାକୁ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here