ରାମଚନ୍ଦ୍ରପୁର ( ବିପ୍ଲବୀ ପରିକ୍ରମା ):- ଆଜି ରାଜ୍ୟରେ ଶେଷ ପର୍ଯ୍ୟାୟ ମତଦାନ ଚାଲିଥିବା ବେଳେ,ଏକ ଘଟଣା ଦେଖିବାକୁ ମିଳିଛି,ସାରସକଣା ନିର୍ବାଚନ ମଣ୍ଡଳୀର ବିଜାତଳା ବ୍ଲକ ଖନ୍ତ ପଞ୍ଚାୟତ ଅନ୍ତର୍ଗତ ୧୧/୧୨ ନମ୍ବର ଓ୍ଵାଡ୍ ରାମଚନ୍ଦ୍ର ପୁର ସାହିରେ। ସୂଚନାନୁସାରେ ବିଗତ ୩୦ ବର୍ଷ ହେଲା ରାମଚନ୍ଦ୍ର ପୁର ବାସିନ୍ଦା ନିଜ ସାହିର ୧୧/୧୨ ଓ୍ଵାଡ୍ କୁ ରାଜସ୍ବ ଗ୍ରାମ ର ମାନ୍ୟତା ଦାବି ନେଇ, ସରପଞ୍ଚ ପାଖରୁ ଆରମ୍ଭ କରି ରାଷ୍ଟ୍ରପତି ପର୍ଯ୍ୟନ୍ତ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପ୍ରଶାସନ ଉକ୍ତ ରାମଚନ୍ଦ୍ର ପୁର ସାହିକୁ ଅଣଦେଖା କରି ଆସିଛନ୍ତି।
ଯାହା ଫଳରେ ଉକ୍ତ ସାହିରେ ମୌଳିକ ସୁବିଧାରୁ ବଞ୍ଚିତ ହୋଇ ଆସୁଛନ୍ତି।ଯାହା ଫଳରେ ଗତ ମାର୍ଚ୍ଚ ୧୫ ତାରିଖ ଏ ବାବଦରେ ସାହା ବାସି ଏକତ୍ରିତ ହୋଇ ୨୦୨୪ ସାଧାରଣ ନିର୍ବାଚନ ପାଇଁ ଭୋଟ ବର୍ଜ୍ଜନ ର ନିଷ୍ପତ୍ତି ନେଇ ଥିଲେ। ତଥାପି କୌଣସି ପଦକ୍ଷେପ ନିଆନଯିବାରୁ ଆଜି ରାମଚନ୍ଦ୍ର ପୁର ସାହିର ୩୦୦ ରୁ ଉର୍ଦ୍ଧ ପରିବାରର ୧୫୦୦ ରୁ ଉର୍ଦ୍ଧ ଭୋଟର ଭୋଟ ବର୍ଜ୍ଜନ କରିଛନ୍ତି।ତେବେ ପ୍ରଶାସନ ଯେତେ ଦିନ ପର୍ଯ୍ୟନ୍ତ ରାମଚନ୍ଦ୍ରପୁର ସାହିକୁ ସ୍ଵତନ୍ତ୍ର ରାଜସ୍ବ ଗ୍ରାମ ର ମାନ୍ୟତା ନ ଦେଇଛନ୍ତି,ସେତେ ଦିନ ପର୍ଯ୍ୟନ୍ତ ରାମଚନ୍ଦ୍ରପୁର ବାସିନ୍ଦା ବିଧାନସଭା, ଲୋକସଭା ସହିତ ପଞ୍ଚାୟତ ନିର୍ବାଚନକୁ ମଧ୍ୟ ବର୍ଜ୍ଜନ କରିବେ ବୋଲି ଦୃଢ ନିଷ୍ପତ୍ତି ନେଇଛନ୍ତି।