ପାଣି ନାହିଁ ତ, ଭୋଟ ନାହିଁ, ଗ୍ରାମ ବାସୀଙ୍କ ଚେତାବନୀ

0

ମୟୁରଭଞ୍ଜ ( ବିପ୍ଲବୀ ପରିକ୍ରମା ):- ରାଜ୍ୟ ଓ କେନ୍ଦ୍ର ସରକାର ସାଧାରଣ ଲୋକଙ୍କ ପାଇଁ ବିଭିନ୍ନ ପ୍ରକାର ଯୋଜନା କରିଛନ୍ତି। ଏହି ଯୋଜନା ମଧ୍ୟରୁ ଲୋକଙ୍କ ଗମନା ଗମନ ପାଇଁ ପକ୍କା, ପିଚୁ, ମହରମ ମେଣ୍ଟାଲ ରାସ୍ତା ନିର୍ମାଣ କରୁଛନ୍ତି।ଏହି ଗ୍ରାମ୍ୟ ରାସ୍ତା ମୁଖ୍ୟରାସ୍ତାକୁ ସଂଯୋଗ କରିବା ଫଳରେ ଲୋକେ ସୁବିଧାରେ ଜିଲ୍ଲା, ତହସିଲ, ଥାନା, ବ୍ଲକ ସମେତ ଅତି ଜରୁରୀ କାର୍ଯ୍ୟ ପାଇଁ ମୁଖ୍ୟ ସ୍ଥଳରେ ପହଂଚି ପାରିବେ। କିନ୍ତୁ କିଛି ଗ୍ରାମର ରାସ୍ତା ରାଜନୈତିକ ଅକ୍ରୁଶ ଶିକାର ହୋଇ ଗ୍ରାମକୁ ରାସ୍ତା ନିର୍ମାଣ ହୋଇ ପାରୁନଥିବା ବେଳେ ବିଶେଷ କରି ପିଇବା ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି। ଏହା ଦ୍ଵାରା ଗ୍ରାମରେ ଥିବା ଗ୍ରାମ ବାସୀ ବିଭିନ୍ନ ସମୟରେ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି।

Oplus_131072

ଏହି ଭଳି ଏକ ଘଟଣା ଦେଖିବାକୁ ମିଳିଛି , ମୟୂରଭଞ୍ଜ ଜିଲ୍ଲା ସାରସକଣା ନିର୍ବାଚନ ମଣ୍ଡଳୀର ବିଜାତଳା ବ୍ଲକ ଅନ୍ତର୍ଗତ ବଣକାଟି ପଞ୍ଚାୟତ ର କରକଚିଆ ଗ୍ରାମରେ । ଲୋକଙ୍କ କହିବା ଅନୁଯାୟୀ ଭୋଟ ସମୟ ଆସିଲେ ମିଛ ପ୍ରତିଶୃତି ଦେଇ ଭୋଟ ନେଇଯାଇଥାନ୍ତି, ପରମୁହୂର୍ତରେ ଆମକୁ ଭୁଲି ଯାଇଥାନ୍ତି।ଏ ବିଷୟରେ ସ୍ଥାନୀୟ ଜନନେତା ଠାରୁ ଆରମ୍ଭ କରି ରାଜନେତା, ପ୍ରଶାସନକୁ ଅବଗତ କରିଥିଲେ ମଧ୍ୟ କେହି ଶୁଣୁନାହାନ୍ତି। କିନ୍ତୁ,ଏଥର ପାଣି ନାହିଁ ମାନେ ଆମେ ଭୋଟ ବର୍ଜନ ନିଷ୍ପତି ନେଇଛୁ ବୋଲି ଗ୍ରାମବାସୀ ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here