ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ):- ମୁଖ୍ୟମନ୍ତ୍ରୀଙ୍କ ଉତ୍ତରାଧିକାରୀ ବୋଲାଉଥିବା ତଥା ବିଜେଡିର କନିଷ୍ଟ ନେତାଭାବେ ପରିଚିତ ଥିବା ବିଜେଡିର ସର୍ବେସର୍ବା ବୋଲାଉଥିବା ଭି.କେ ପାଣ୍ଡିଆନ ଏବେ କେଉଁଠି । ଗତ କାଲିଠାରୁ ତାଙ୍କ ଦର୍ଶନ କାହାକୁ ମିଳିନି l ନିର୍ବାଚନ ପ୍ରଚାର ବେଳେ ସବୁଠି ସେହିଁ ପ୍ରଚାର କରୁଥିଲେ, ବେଶ ତୁମ୍ବି ତୁଫାନ ମାରୁଥିଲେ, ଲୋକଙ୍କୁ ବିିଭିନ୍ନ ପ୍ରତିଶ୍ରୁତି ଦେଉଥିଲେ, ନିର୍ବାଚନରେ ଏଥର ବି ଦଳ ଜିତି ୬ଷ୍ଠ ଥର ସରକାର ଗଢିବ ବୋଲି ଦମ୍ଭୋକ୍ତି ଦେଖାଉଥିଲେ । କିନ୍ତୁ ଫଳାଫଳ ଆସିବା ପରେ ସବୁ ଓଲଟପାଲଟ ହୋଇଗଲା ।
ରେଜଲ୍ଟ ଆସିବା ପରେ ଦଳର ମଙ୍ଗ ଧରିଥିବା ପାଣ୍ଡିଆନଙ୍କର ଆଉ ଦେଖା ମିଳିଲା ନାହିଁ । ଫଳାଫଳ ଆସିବା ପରେ ଆୟୋଜିତ ପ୍ରେସମିଟରେ ତାଙ୍କୁ ଦେଖିବାକୁ ମିଳିଲାନାହିଁ । କେବଳ ସୁଲତା ଦେଓ, ସସ୍ମିତ ପାତ୍ର, ମାନସ ମଙ୍ଗରାଜ ଥିଲେ । ଯଦି ମୁଖ୍ୟମନ୍ତ୍ରୀ ଷଷ୍ଠଥର ପାଇଁ ଶାସନକୁ ନଆସନ୍ତି ତାହେଲେ ରାଜନୀତିରୁ ସନ୍ନ୍ୟାସ ନେବେ ବୋଲି ଘୋଷଣା କରିଥିଲେ ପାଣ୍ଡିଆନ୍ ।
ଏବେ ସେ ପ୍ରକୃତରେ ରାଜନୀତିରୁ ସନ୍ନ୍ୟାସ ନେବେ ନା ଦଳ ସୁପ୍ରିମୋ ତାଙ୍କୁ ଅନ୍ୟ କିଛି ଦାୟିତ୍ୱ ଦେବେ ତା ଉପରେ ରହିଛି ସମସ୍ତଙ୍କ ନଜର । ତେଣୁ ଏବେ ସହରବାସୀ ହୁଅନ୍ତୁ ବା ଗାଁ ଗହଳିର ବାସିନ୍ଦା ସମସ୍ତଙ୍କ ମୁହଁରେ ଗୋଟିଏ କଥା ପାଣ୍ଡିଆନ୍ ଏବେ କରିବେ କ’ଣ ? ଟିକେଟ କାଟି ତାଙ୍କ ରାଜ୍ୟକୁ ଚାଲିଯାଇନାହାନ୍ତି ତ ? ନା ସତରେ ସନ୍ୟାସ ନେଇଗଲେ ? ନା ପୁଣି କିଛି ନୂଆ କୂଟନୀତି ଖେଳୁନାହାଁନ୍ତି ତ ? ଏମିତି ଅନେକ ପ୍ରଶ୍ନ ସାଧାରଣରେ ଚର୍ଚ୍ଚା ହୋଉଛି l
କାରଣ ସୁନାମୀ ସଦୃଶ ମାଡିଚାଲିଥିବା ପାଣ୍ଡିଆନଙ୍କ ଏବେ କୌଣସି ଖୋଜ ଖବର ନାହିଁ l ଦେଖାଯାଉ, ସେ ଓଡିଶା ର ଜନତା ଜନାର୍ଦନଙ୍କ ସାମ୍ନାକୁ ଆସୁଛନ୍ତି ନା ଲୁଚି ଛପି ଗାଏବ ହୋଇଯାଉଛନ୍ତି l