ହାରିଲେ ନବୀନ-ମନମୋହନ-ଶରତ

0
Oplus_131072

ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଚଳିତ ନିର୍ବାଚନରେ ବିଜେଡିକୁ ମିଳିଛି ପୂର୍ଣ୍ଣ ବହୁମତ। ଓଡ଼ିଶାରେ ୭୮ବିଧାନସଭା ସହ ୨୦ଲୋକସଭା ସିଟ୍ ହାତେଇଛି ବିଜେପି। ଏଥିସହ ଓଡ଼ିଶାରେ ସରକାର ଗଠନ କରିବ ବିଜେପି। ବିଜେଡି ୫୧ବିଧାନସଭା ସିଟ୍ ଜିତିଥିବା ବେଳେ ଲୋକସଭାରେ ଖାତା ବି ଖୋଲି ପାରିନି। ହେଲେ ରାଜ୍ୟ କଂଗ୍ରେସ ପାଇଁ କିଛିଟା ଖୁସି ଆଣିଛି। ଗତ ବିଧାନସଭା ନିର୍ବାଚନରେ ଏକ ଅଙ୍କରେ ସୀମିତ ଥିବା କଂଗ୍ରେସ ଏଥର ୧୪ ବିଧାନସଭା ଆସନରେ ବିଜୟୀ ହୋଇଛି। ଦକ୍ଷିଣ ଓଡ଼ିଶାରେ ଦଳ ବେଶ୍ ଭଲ ପ୍ରଦର୍ଶନ କରିଛି। ମାତ୍ର ୩ଦଳର ସଭାପତି ଏହି ନିର୍ବାଚନୀ ବୈତରଣୀ ପାର୍ କରିପାରିନାହାନ୍ତି।

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ରାଜ୍ୟ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ । ଏହି ତିନି ନେତା ବିଧାନସଭା ନିର୍ବାଚନ ଲଢିଥିଲେ କିନ୍ତୁ ହାରିଯାଇଛନ୍ତି । ନବୀନ ପଟ୍ଟନାୟକ ଦୁଇଟି ଆସନରୁ ନିର୍ବାଚନ ଲଢିଥିଲେ । ହିଞ୍ଜିଳିରେ ସେ ବିଜୟୀ ଲାଭ କରିଛନ୍ତି । କିନ୍ତୁ ବହୁ କମ୍ ଭୋଟର ଜିତିଛନ୍ତି । ୪ ହଜାର ୬୩୬ ଭୋଟରେ ନବୀନ ବିଜୟୀ ହୋଇଛନ୍ତି । ସେହିପରି କଂଟାବାଞ୍ଜିରେ ନବୀନଙ୍କ ପରାଜୟ ହୋଇଛି । ଲକ୍ଷ୍ମଣ ବାଗଙ୍କ ଭଳି ନେତା ନବୀନଙ୍କୁ ମାତ୍ ଦେଇଛନ୍ତି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ନବୀନଙ୍କୁ ୧୬ ହଜାର ୩୨୧ ଖଣ୍ଡ ଭୋଟରେ ପରାଜିତ କରିଛନ୍ତି ଲକ୍ଷ୍ମଣ ।

ସେହିପରି ରାଜ୍ୟ ବିଜେପିର ସଭାପତି ମନମୋହନ ସାମଲ ଚାନ୍ଦବାଲି ଆସନରୁ ହାରିଛନ୍ତି । ବିଜେଡି ପ୍ରାର୍ଥୀ ବ୍ୟୋମକେଶ ରାୟଙ୍କଠୁ ସେ ହାରିଛନ୍ତି । ୨୦୦୦ରୁ ଅଧିକ ଭୋଟରେ ବ୍ୟୋମକେଶ ବିଜୟୀ ହୋଇଛନ୍ତି ।ସେହିପରି ନୂଆପଡାରୁ ନିର୍ବାଚନ ଲଢିଥିଲେ ପିସିସି ସଭାପତି ଶରତ ପଟ୍ଟନାୟକ । ସେ ମାତ୍ର ୧୫ ହଜାର ୫୦୧ ଖଣ୍ଡ ଭୋଟ ପାଇଛନ୍ତି । ଦଳ ୨୦୧୯ ତୁଳନାରେ ଭଲ ପ୍ରଦର୍ଶନ କରିଛି । ୧୪ ବିଧାୟକ ଏବଂ ଗୋଟିଏ ଲୋକସଭା ଆସନ ପାଇଛି । ହେଲେ ରାଜ୍ୟର ଦଳପତି ଶରତ ପଟ୍ଟନାୟକ ହାରିଯାଇଛନ୍ତି

LEAVE A REPLY

Please enter your comment!
Please enter your name here