ବିଏସକେୱାଇ କାର୍ଡ ବନ୍ଦ ନାଁରେ ସ୍ୱାସ୍ଥ୍ୟ ସେବାରେ ଅବହେଳା ଏକ ସାମାଜିକ ଓ ବୈଧାନିକ ଅପରାଧ : ମନମୋହନ ସାମଲ

0
Oplus_131072

ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ):- ସାଧାରଣ ନିର୍ବାଚନ – ୨୦୨୪ ପାଇଁ ଗତ କାଲି ଫଳାଫଳ ପ୍ରକାଶ ପାଇବା ପରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ (ବିଏସକେୱାଇ)କୁ ନେଇ ଅନେକ ଅଭିଯୋଗ ସାମ୍ନାକୁ ଆସୁଛି । ରାଜ୍ୟର କିଛି ଘରୋଇ ହସପିଟାଲଗୁଡିକ ବିଏସକେୱାଇ କାର୍ଡ ବନ୍ଦ ହୋଇଗଲା କହି ଚିକିତ୍ସା ଯୋଗାଇ ନଦେଇ ରୋଗୀମାନଙ୍କୁ ଫେରାଇ ଦେଉଛନ୍ତିି ବୋଲି ବିଭିନ୍ନ ଅଭିଯୋଗ ଆସୁଛି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି । ରୋଗୀ ଓ ରୋଗର କୈାଣସି ଜାତି, ଧର୍ମ ଓ ଦଳ ନାହିଁ । ସାଧାରଣ ନାଗରିକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପ୍ରତ୍ୟେକ ସରକାରର ପ୍ରାଥମିକତା ।

ସରକାର ପରିବର୍ତନ ଏକ ନିରନ୍ତର ପ୍ରକ୍ରିୟା । ଏହି ଆଳରେ ଲୋକଙ୍କ ମନରେ ଦ୍ୱନ୍ଦ ସୃଷ୍ଟି କରାଯାଇ ଚିକିତ୍ସା ସେବାରୁ ବଂଚିତ ରଖାଯିବା ହେଉଛି ଏକ ସାମାଜିକ ଏବଂ ବୈଧାନିକ ଅପରାଧ । ଏଭଳି ସାମାଜିକ ଅପରାଧରୁ କ୍ଷାନ୍ତ ରହି ରୋଗୀମାନଙ୍କୁ ଉପଯୁକ୍ତ ଏବଂ ଉନ୍ନତମାନର ସେବା ଓଡିଶାବାସୀଙ୍କୁ ଯୋଗାଇ ଦେବା ପାଇଁ କହିବା ସହିତ ପ୍ରଶାସନ ଏଭଳି ମିଥ୍ୟା ଗୁଜବ ପ୍ରତି ସତର୍କ ଦୃଷ୍ଟି ରଖିବାକୁ ରାଜ୍ୟ ସଭାପତି ଶ୍ରୀ ସାମଲ କହିଛନ୍ତି ।

LEAVE A REPLY

Please enter your comment!
Please enter your name here