BSKY କାର୍ଡ ଗ୍ରହଣ କରିବାକୁ ହସ୍ପିଟାଲଗୁଡିକୁ ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶ

0
Oplus_131072

ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ):- ରାଜ୍ୟରେ ବିଏସକେୱାଇ (BSKY) କାର୍ଡକୁ ନେଇ ଥିବା ଦ୍ବନ୍ଦ ଦୂର କଲା ସ୍ବାସ୍ଥ୍ୟ ବିଭାଗ । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ BSKY ଯୋଜନା ଜାରି ରହିଛି । BSKYକୁ ନେଇ ଘରୋଇ ହସ୍ପିଟାଲ ସହ ରାଜ୍ୟ ସରକାର କରିଥିବା ଏମଓୟୁ ଏବେ ବି ବଳବତ୍ତର ଅଛି । ଯାହାଦ୍ବାରା ହିତାଧିକାରୀ ପୂର୍ବଭଳି ଏହି ଯୋଜନାରେ ସ୍ବାସ୍ଥ୍ୟସେବା ପାଇପାରିବେ । ରାଜ୍ୟରେ କୌଣସି ରୋଗୀମାନେ ଯେଭଳି ଭାବରେ ସ୍ୱାସ୍ଥ୍ୟସେବା ପାଇବାରେ ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେନେଇ ଡାକ୍ତରଖାନାଗୁଡିକ ଧ୍ୟାନ ଦେବେ । ବିଏସକେୱାଇ କାର୍ଡକୁ ନେଇ ଦ୍ବନ୍ଦ ଭିତରେ ଏମିତି ସ୍ପଷ୍ଟୀକରଣ ରଖିଛି ସ୍ବାସ୍ଥ୍ୟ ବିଭାଗ । ଏହି BSKY ସ୍ବାସ୍ଥ୍ୟ କାର୍ଡ ଗ୍ରହଣ କରିବାକୁ ହସ୍ପିଟାଲଗୁଡିକୁ ବିଭାଗ ନିର୍ଦ୍ଦେଶ ଦେଇଛି । ତେବେ ଏହି କାର୍ଡ ଅଧିନରେ ଗତ 4 ତାରିଖରେ 5800 ରୋଗୀ ଚିକିତ୍ସା ପାଇଁ ପଞ୍ଜିକରଣ କରିଥିବା ବେଳେ ଗତକାଲି 5389 ଜଣ ରୋଗୀ ପଞ୍ଜିକରଣ କରିଥିଲେ ।

Oplus_131072

ରାଜ୍ୟରେ ଆର୍ଥିକ ଦୁର୍ବଳ ଶ୍ରେଣୀର ପରିବାରକୁ ମାଗଣାରେ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ନବୀନ ସରକାର ୨୦୧୮ ଅଗଷ୍ଟ ୧୫ ତାରିଖରୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (BSKY) ଆରମ୍ଭ କରିଥିଲେ । ଗତ ୪ ତାରିଖ ଓଡ଼ିଶା ବିଧାନସଭା ନିର୍ବାଚନ ଫଳାଫଳରେ ବିଜେଡି ସରକାର ପରାଜିତ ହେବା ପରେ ମଧ୍ୟାହ୍ନରୁ ହିଁ ରାଜ୍ୟର ବିଭିନ୍ନ ଘରୋଇ ହସ୍ପିଟାଲ BSKY ଯୋଜନାରେ ନୂଆ ରୋଗୀଙ୍କୁ ଭର୍ତ୍ତି କରୁନଥିବା ଏବଂ ପୂର୍ବରୁ ଚିକିତ୍ସିତ ରୋଗୀଙ୍କୁ ଫେରାଇ ଦେଉଥିବା ଅଭିଯୋଗ ହୋଇଥିଲା । ଏପରିକି ଡାଏଲିସିସ୍‌, କେମୋ ପାଇଁ ଯାଇଥିବା ରୋଗୀଙ୍କୁ ମଧ୍ୟ ଫେରାଇ ଦିଆଯାଉଥିବା ଶୁଣିବାକୁ ମିଳୁଥିଲା ।ମନମୋହନ ସ୍ପଷ୍ଟୀକରଣ ରଖିଥିଲେ ଯେ, ରୋଗୀ ଓ ରୋଗର କୌଣସି ଜାତି, ଧର୍ମ ଓ ଦଳ ନାହିଁ । ସାଧାରଣ ନାଗରିକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପ୍ରତ୍ୟେକ ସରକାରର ପ୍ରାଥମିକତା । ସରକାର ପରିବର୍ତ୍ତନ ଏକ ନିରନ୍ତର ପ୍ରକ୍ରିୟା । ଏହି ଆଳରେ ଲୋକଙ୍କ ମନରେ ଦ୍ବନ୍ଦ ସୃଷ୍ଟି କରାଯାଇ ଚିକିତ୍ସା ସେବାରୁ ବଞ୍ଚିତ ରଖାଯିବା ଏକ ସାମାଜିକ ଏବଂ ବୈଧାନିକ ଅପରାଧ । ଏଭଳି ସାମାଜିକ ଅପରାଧରୁ କ୍ଷାନ୍ତ ରହି ରୋଗୀମାନଙ୍କୁ ଉପଯୁକ୍ତ ଏବଂ ଉନ୍ନତମାନର ସେବା ଓଡ଼ିଶାବାସୀଙ୍କୁ ଯୋଗାଇ ଦେବା ଉଚିତ ।ଏନେଇ ଆଜି ସ୍ୱାସ୍ଥ୍ୟ ବିଭାଗ ସ୍ପଷ୍ଟୀକରଣ ଦେଇଛି । BSKY ଯୋଜନା ଜାରି ରହିଛି । ରାଜ୍ୟରେ ଥିବା ହସ୍ପିଟାଲଗୁଡିକ କାର୍ଡଧାରୀଙ୍କ ପାଇଁ ପୂର୍ବ ପରି ଚିକିତ୍ସା ଜାରି ରଖିବାକୁ ନିର୍ଦ୍ଦେଶ ଦେଇଛି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

LEAVE A REPLY

Please enter your comment!
Please enter your name here