ସାବିତ୍ରୀରେ ଗଲା ସତ୍ୟବାନ ଙ୍କ ଜୀବନ

0
Oplus_131072

ଧରାକୋଟ ( ବିପ୍ଲବୀ ପରିକ୍ରମା ):- ଆଜି ପୁରପଲ୍ଲୀ ଠାରୁ ସବୁଠି ହିନ୍ଦୁ ଧର୍ମର ସଧବା ନାରୀମାନେ ନିଜର ସ୍ୱାମୀର ସୁଖଦ ଓ ଦୀର୍ଘ ଜୀବନ କାମନା କରି ଉତ୍ସବ ପାଳନ କରୁଥିବା ବେଳେ ବଡଗଡ ଥାନା ଅଧୀନରେ ଏକ ହତ୍ୟାକାଣ୍ଡ ଘଟଣା ଘଟିଛି । ଧରାକୋଟ ବ୍ଲକ ଅନ୍ତର୍ଗତ ରୁଗୁମୁ ପଞ୍ଚାୟତ ତଥା ବଡ଼ଗଡ଼ ଥାନା ଅଧିନସ୍ଥ ସୁଣ୍ଡିପଲ୍ଲୀ ଗ୍ରାମରେ l ସାମାନ୍ୟ ବଚସା କୁ ନେଇ ଏକ ମଦ୍ୟପାନ ଜନିତ ଅବସ୍ଥାରେ ଗ୍ରାମର ଜଣେ 35 ବର୍ଷୀୟ ଯୁବକ ମିଟୁ ବିଷୋୟୀଙ୍କୁ ପିଟି ପିଟି ହତ୍ୟା କରାଯିବା ଅଭିଯୋଗ ଆଣିଛନ୍ତି ତାଙ୍କ ଭାଇ ଟିଟୁ ବିଶୋଇ।

ଗତକାଲି ରାତ୍ରରେ ଗ୍ରାମର ବୁଧିଆ ନାୟକ ଙ୍କ ପୁଅ କାଳୁ ନାୟକ ଗାଁ ପୋଖରୀକୁ ଗାଧେଇବାକୁ ଯାଇ ଫେରିବା ବେଳେ ପୂର୍ବରୁ ଗାଁ ଶେଷ ମୁଣ୍ଡରେ ଅପେକ୍ଷାରେ ଥିବା ମିଟୁ ର ବଚସା ଓ ଝଗଡ଼ା ହୋଇଥିଲା। ଅଚାନକ ମିଟୁ ଏକ ଠେଙ୍ଗା ଧରି କାଳୁ ଉପରେ ଆକ୍ରମଣ କରିଥିଲା। କାଳୁ ନିଜକୁ ରକ୍ଷା କରିବା କୁ ଯାଇ ମିଟୁ ଉପରେ ପ୍ରତିଆକ୍ରମଣ କରିଥିଲା।ଏଥିରେ ମିଟୁ ତଳେ ପଡିଯାଇଥିଲା । ଖବର ପାଇ ମିଟୁଙ୍କ ଘର ଲୋକେ ଘଟଣା ସ୍ଥଳରେ ପହଞ୍ଚି ଥିଲେ । ମିଟୁଙ୍କୁ ଗୁରୁତର ଅବସ୍ଥାରେ ଆସିକା ପରେ ବ୍ରହ୍ମପୁର ମେଡିକାଲ କୁ ନିଆ ଯାଇଥିଲା । ସେଠାରେ ଚିକିତ୍ସା କରି ଆଜି ଘରକୁ ଆଣିବା ରାସ୍ତାରେ ତାର ମୃତ୍ୟୁ ହୋଇଥିଲା । ଏସଂପର୍କରେ ବଡଗଡ ଥାନାରେ ମିଟୁ ର ସାନ ଭାଇ ଟିଟୁ ଅଭିଯୋଗ କରିବା ପରେ ଥାନାରେ 294/24 ପ୍ରକାରେ ଏକ ମାମଲା ରୁଜୁ କରାଯାଇ ବଡଗଡ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ପରେ ମିଟୁର ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ।

ଏ ସମ୍ପର୍କରେ ଆସିକା ଉପଖଣ୍ଡ ପୋଲିସ ଅଧିକାରୀ ସଞ୍ଜୟ କୁମାର ମହାପାତ୍ରଙ୍କ ସହ ଯୋଗାଯୋଗ ବେଳେ ଏହି ଘଟଣାରେ ଅଭିଯୁକ୍ତ କାଳୁ ନାୟକ କୁ ଅଟକ ରଖାଯାଇଛି ଓ ଘଟଣାରେ ବ୍ୟବହୃତ ଠେଙ୍ଗା ଓ କାଠ ଫାଳିଆ ଜବତ ସହ ବଡ଼ଗଡ଼ ପୋଲିସ ତରଫରୁ ଅଧିକ ତଦନ୍ତ ଜାରୀ ରହିଥିବା ସୂଚନା ପ୍ରଦାନ କରିଛନ୍ତି। ସାବିତ୍ରୀ ଅମାବାସ୍ୟା ପାଳନ ଅବସରରେ ଧରାକୋଟ ଅଞ୍ଚଳରେ ଘଟିଥିବା ଏହି ହତ୍ୟା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି । ପ୍ରକାଶ ଯୋଗ୍ୟ ମିଟୁ ଗତ ବର୍ଷ ତଳୁ ସୁମିତ୍ରା ବିଷୋୟୀ ନାମକ ଜଣେ ମହିଳାଙ୍କୁ ବିବାହ କରିଛନ୍ତି।

LEAVE A REPLY

Please enter your comment!
Please enter your name here